ଅବସର ନେଲା ଜର୍ସି ନଂ ୧୬ , ଶ୍ରୀଜେଶଙ୍କ ଜର୍ସି ପିନ୍ଧି ପାରିବେନି କେହି ଖେଳାଳି ..
1 min readଅବସର ନେଲା ଜର୍ସି ନମ୍ବର 16, ଶ୍ରୀଜେଶ୍ ଙ୍କ ଜର୍ସି ପିନ୍ଧି ପାରିବେନି ଖେଳାଳି। ଭାରତୀୟ ହକି ଦଳରୁ ଅବସର ନେଲା ଜର୍ସି ନମ୍ବର 16 । ଅଫିସିଆଲି ଭାବେ ଶ୍ରୀଜେଶ୍ ଙ୍କ ଜର୍ସି ନମ୍ବରକୁ ଅବସର ଦିଆଯାଇଛି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ହକିରେ ବ୍ରୋଞ୍ଜ ପଦକ ଜିତିଛି । ଭାରତୀୟ ହକି ଦଳର ଏହି ଐତିହାସିକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପରେ ଖେଳରୁ ଅବସର ନେଇଛନ୍ତି ଷ୍ଟାର ଗୋଲକିପର ପିଆର ଶ୍ରୀଜେଶ ।
ଏହି କିମ୍ବଦନ୍ତୀ ଗୋଲକିପରଙ୍କ ସମ୍ମାନରେ ହକି ଇଣ୍ଡିଆ ଦଳରେ 16 ନମ୍ବର ଜର୍ସିକୁ ଅବସର ଦେବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ ଆଉ ଭାରତୀୟ ପୁରୁଷ ସିନିୟର ହକି ଦଳରେ କୌଣସି ଖେଳାଳି 16 ନମ୍ବର ଜର୍ସି ପିନ୍ଧି ପାରିବେ ନାହିଁ । ହକି ଇଣ୍ଡିଆର ମହାସଚିବ ଭୋଲା ନାଥ ସିଂହ ଘୋଷଣା କରିଛନ୍ତି ଯେ, ପ୍ରାୟ ଦୁଇ ଦଶନ୍ଧି ଧରି ୧୬ ନମ୍ବର ଜର୍ସି ପିନ୍ଧୁଥିବା ୩୬ ବର୍ଷୀୟ ଶ୍ରୀଜେଶ କନିଷ୍ଠ ହକି ଦଳର ଜାତୀୟ ପ୍ରଶିକ୍ଷକ ଦାୟିତ୍ଵ ବହନ କରିବେ। ସେ ଆହୁରି କହିଛନ୍ତି, ‘‘ଶ୍ରୀଜେଶ ଏବେ କନିଷ୍ଠ ଦଳର ପ୍ରଶିକ୍ଷକ ହେବାକୁ ଯାଉଛନ୍ତି ଏବଂ ଆମେ ବରିଷ୍ଠ ଦଳ ପାଇଁ ୧୬ ନମ୍ବର ଜର୍ସିକୁ ଅବସର ଦେଉଛୁ। ଆମେ କନିଷ୍ଠ ଦଳ ପାଇଁ ୧୬ ନମ୍ବର ଜର୍ସିରୁ ଅବସର ନେଉନାହୁଁ।’’