Pratidin TV

Odisha's Digital News Platform

ପ୍ରଭାସଙ୍କ ବିବାହକୁ ନେଇ ଚିନ୍ତାରେ ପରିବାର, ଏହି ଅଭିନେତ୍ରୀଙ୍କୁ ବୋହୂ କରିବାକୁ ଚାହୁଁଚି ପରିବାର..

ସାଉଥ୍ ସିନେମାର ମୋଷ୍ଟ ଏଲିଜିବଲ ବ୍ୟାଚର ହେଉଛନ୍ତି ସୁପରଷ୍ଟାର ପ୍ରଭାସ । ଅଭିନେତାଙ୍କ ବିବାହକୁ ନେଇ ସେମାନଙ୍କ ଫ୍ୟାନ୍ସ ଦୀର୍ଘ ଦିନରୁ ଚାହିଁ ବସିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିବାକୁ ଏହି ଅଭିନେତା ମନ ବଳାଉ ନାହାନ୍ତି ।ଯାହା ପାଇଁ ତା ପରିବାର ମଧ୍ୟ ଚିନ୍ତା ପଡି ଯାଇଛି । ତେବେ ପ୍ରଭାସଙ୍କ ନାମ ଦୀର୍ଘ ଦିନ ହେଲା ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଉଛି । ହେଲେ ଏହାସବୁ ମିଛ ବୋଲି ପ୍ରମାଣ ହେଉଛି । କହିବାକୁ ଗଲେ ଫ୍ୟାନ୍ସଙ୍କୁ ପ୍ରଭାସଙ୍କ ସହ କେବଳ ଜଣେ ହିଁ ଅଭିନେତ୍ରୀ ହିଁ ପସନ୍ଦ ଆସୁଛନ୍ତି । ସେ ଆଉ କେହି ନୁହେଁ । ସେ ହେଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ । ଦୁହିଁଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ କରନ୍ତି ।

ଏମିତିକି ଏକ ସମୟ ଥିଲା ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଉଭୟଙ୍କ ପ୍ରଶଂସକମାନେ ପ୍ରଭାସ ଓ ଅନୁଷ୍କା ବିବାହ କରନ୍ତୁ ବୋଲି ଚାହୁଁଥିଲେ । କିନ୍ତୁ ସେମିତି କିଛି ହେଲା ନାହିଁ । ନିକଟରେ କିଛି ଦିନ ତଳେ ବି ପ୍ରଭାସ ଏବଂ ଅନୁଷ୍କାଙ୍କ ବିବାହକୁ ନେଇ ପୁଣି ଆଲୋଚନା ହେଉଥିଲା । ହେଲେ ଏସୁବ ଗୁଜବ କହିବା ସହ କୁହାଯାଉଛି ଯେ, “ପ୍ରଭାସ ବର୍ତ୍ତମାନ ସିଙ୍ଗଲ ଅଛନ୍ତି । ଅନୁଷ୍କାଙ୍କ ସେ କେବଳ ଘନିଷ୍ଠ ବନ୍ଧୁ । ତେବେ ଅନ୍ୟପଟେ ଶୁଣିବାକୁ ମିଳୁଛି ଯେ ସେମାନଙ୍କର ପରିବାର ସଦସ୍ୟ ଚାହାଁନ୍ତି ଯେ, ଦୁହେଁ ବିବାହ ବିଷୟରେ ଚିନ୍ତା କରନ୍ତୁ ଏବଂ ପରସ୍ପରକୁ ଜୀବନସାଥୀ ଭାବେ ବାଛନ୍ତୁ । କିନ୍ତୁ ଏଥିପାଇଁ ସେମାନେ ବର୍ତ୍ତମାନ ସମୟରେ ପ୍ରସ୍ତୁତ ନୁହଁନ୍ତି । ବନ୍ଧୁତାକୁ ବିବାହରେ ପରିଣତ କରିବାକୁ ଉଭୟ ଚାହୁଁନଥିବାରୁ ଦୁହିଁଙ୍କ ବିବାହ କରିପାରୁ ନାହାନ୍ତି ।

ଅଭିନେତାଙ୍କ ପରିବାର କହିଛି ଯେ ପ୍ରଭାସଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ତାଙ୍କ ପ୍ରକୃତି । ଏହି କାରଣରୁ ସେ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । ସେ କହିଛନ୍ତି ଯେ ସେ ଆଦୌ ସାମାଜିକ ନୁହଁନ୍ତି । ସେ ଲୋକଙ୍କ ସହ ଅଧିକ ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ ଏହି କାରଣରୁ ତାଙ୍କର କାହା ସହିତ ଦେଖା ସାକ୍ଷାତ ହୋଇପାରେ ନାହିଁ । ତେଣୁ ତାଙ୍କୁ ଜୀବନସାଥୀ ମିଳିପାରୁ ନାହାନ୍ତି । ବର୍ତ୍ତମାନ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ତାଙ୍କ କାର୍ଯ୍ୟ ଉପରେ ଅଛି । କହିବାକୁ ଗଲେ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସାଲାର ଆସୁଛି ।

ଯେଉଁଥିପାଇଁ ସେ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଡିସେମ୍ବର ୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଫିଲ୍ମକୁ ନେଇ ବ୍ୟସ୍ତ ଥିବା ବେଳେ ବିବାହ କରିବାକୁ ମନ ବଳାଉ ନାହାନ୍ତି । ଯାହା ପାଇଁ ତାଭ୍‌କର ପୁରା ପରିବାର ଚିନ୍ତାରେ ରହିଛି । ଏମିତି କି ଅଭିନେତ୍ରୀ ଅନୁଷ୍କାଙ୍କ ପ୍ରଭାସ ବିବାହ କରନ୍ତୁ ବୋଲି ପରିବାର ମଧ୍ୟ ସ୍ୱୀକୃତି ଦେଇଥିବା କଥା ଜଣା ପଡିଛି । ତେବେ ଏହା କେତେ ସତ ତାହା ଆଗକୁ ହିଁ ଜଣା ପଡିବ ।

Leave a Reply

Your email address will not be published. Required fields are marked *