ମଝି ରାସ୍ତାରେ ଗାଡି ରଖି ରିଲ୍ସ କଲେ…ବାନ୍ଧିନେଲା ପୋଲିସ
1 min readଏବେ ଅଧିକାଂଶ ଯୁବପିଢି ରିଲ୍ସ ନିଶାରେ କବଳିତ। ଏ ନିଶା ଏମିତି ଘାରିଛି ଯେ, କେତେକ ସ୍ଥାନ-କାଳ-ପାତ୍ର ଦେଖୁନାହାନ୍ତି। କିଏ ମେଟ୍ରୋରେ ତ’ ଆଉ କିଏ ରେଳ ଧାରଣା ଭଳି ସର୍ବସାଧାରଣ ସ୍ଥାନରେ ରିଲ୍ସ ଭିଡିଓ ଶୁଟ୍ କରୁଛନ୍ତି। ଏସବୁ ମଧ୍ୟରେ ଦିଲ୍ଲୀ ରାସ୍ତା ଉପରେ ଗାଡ଼ି ପାର୍କିଂ କରି ରିଲ୍ସ ବନାଇବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି।
ଯଦି ଆପଣ ମଧ୍ୟ ଏକ ରିଲ୍ସ ତିଆରି କରିବା ସମୟରେ ସମସ୍ତ ସୀମା ଅତିକ୍ରମ କରନ୍ତି, ତେବେ ସାବଧାନ ରୁହନ୍ତୁ | କାରଣ ଦିଲ୍ଲୀ ଟ୍ରାଫିକ ପୋଲିସ ଏପରି ରିଲ୍ସ ତିଆରି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇନଷ୍ଟାଗ୍ରାମ ରିଲ୍ସ ପାଇଁ ବ୍ୟସ୍ତବହୁଳ ରାସ୍ତାରେ ତାଙ୍କ କାରକୁ ପାର୍କିଂ କରି ଟ୍ରାଫିକ ଯାମ କରିଥିବା ବ୍ୟକ୍ତିଙ୍କ ଉପରେ ଦିଲ୍ଲୀ ଟ୍ରାଫିକ ପୋଲିସ ୩୬,୦୦୦ ଟଙ୍କା ଜରିମାନା କରିଛି। ଏଥିପାଇଁ ଜବନେ ଯୁବକଙ୍କୁ କରଯାଇଛି ଗିରଫ |
ଖବର ଅନୁସାରେ, ପ୍ରଦୀପ ଢାକା ନାମକ ଜଣେ ଯୁବକ ଦିଲ୍ଲୀର ବ୍ୟସ୍ତ ବହୁଳ ରାସ୍ତା ଉପରେ କାର୍ ପାର୍କିଂ କରି ଭିଡିଓ ଶୁଟ୍ କରିଥିଲେ। ଏଥିପାଇଁ ରାସ୍ତା ଉପରେ ଶହ ଶହ ଗାଡ଼ି ଅଟକି ରହିଥିଲା, ହଜାର ହଜାର ଲୋକଙ୍କ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହା ବ୍ୟତୀତ ପ୍ରଦୀପ ଢାକା ପୋଲସ ବାରିକେଟରେ ନିଆଁ ଲଗାଇ ଅନଲାଇନ ଫୁଟେଜ ଅପଲୋଡ଼ କରିଥିଲେ | ଦିଲ୍ଲୀ ପୋଲିସ ତାଙ୍କ ଏକ୍ସ ପ୍ରୋଫାଇଲରେ ଏକ ଭିଡିଓ ଅପଲୋଡ୍ କରି ପ୍ରଦୀପ ଢାକାଙ୍କୁ ପରିହାସ କରି ଦର୍ଶାଇଥିଲା ଯେ ତାଙ୍କ କାର କିପରି ଜବତ ହୋଇଛି ଏବଂ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ପ୍ରଦୀପ ନିଜ ଇନଷ୍ଟାଗ୍ରାମରେ ଏହି ସବୁ ଭିଡିଓ ପୋଷ୍ଟ କରିଥିଲେ। ସେ ଦିଲ୍ଲୀର ପଶ୍ଚିମ ବିହାରର ଫ୍ଲାଏ ଓଭରରେ କାର୍ ଅଟକାଇ ଶୁଟ୍ କରିଥିବା ଭିଡିଓକୁ ଅପଲୋଡ୍ କରିଥିଲେ। ତାଙ୍କ ଇନଷ୍ଟାଗ୍ରାମରେ କାର୍ ଡୋର୍ ଖୋଲା ରଖି ଡ୍ରାଇଭିଂ କରୁଥିବାର ଭିଡିଓ ମଧ୍ୟ ପୋଷ୍ଟ ହୋଇଥିଲେ। କେବଳ ଏତିକି ନୁହେଁ, ରିଲ୍ସ ପାଇଁ ପ୍ରଦୀପ ପୁଲିସ ବ୍ୟାରିକେଡରେ ମଧ୍ୟ ନିଆଁ ଲଗାଇ ଫୁଟେଜ ଅପଲୋଡ କରିଥିଲେ। ଏହି ସବୁ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ପୁଲିସ ପ୍ରଦୀପଙ୍କୁ ଗିରଫ କରିଛି।
ତେବେ ପୋଲସ ଯାଞ୍ଚ ପରେ ଜାଣିବାକୁ ପାଇଥିଲା ଯେ, ପ୍ରଦୀପ ଢାକା ଷ୍ଟଣ୍ଟ ପାଇଁ ବ୍ୟବହାର କରୁଥିବା କାରଟି ତାଙ୍କ ମାଆଙ୍କ ନାମରେ ପଞ୍ଜିକୃତ ହୋଇଛି। ଗାଡିରେ କିଛି ନକଲି ପ୍ଲାଷ୍ଟିକ ଅସ୍ତ୍ର ମଧ୍ୟ ଜବତ ହୋଇଥଟିଲା ।