Pratidin TV

Odisha's Digital News Platform

କମାଲ କରିଦେଲା ରୋଭର ପ୍ରଜ୍ଞାନ , ଚନ୍ଦ୍ରପୃଷ୍ଠରେ ଖୋଜି ବାହାରକଲା ବିରାଟ ଗାତ ..

1 min read

ଚନ୍ଦ୍ରଯାନ-3ର ସଫଳତା ପରେ ଏବେ ଚାଲିଛି  ଚନ୍ଦ୍ରଯାନ-4 ମିଶନ ପାଇଁ ପ୍ରସ୍ତୁତି  । ତେବେ ଏହାରି ମଧ୍ୟରେ କମାଲ କରିଦେଇଛି ଚନ୍ଦ୍ରଯାନ-3। ଚନ୍ଦ୍ରଯାନ-3ର ରୋଭର ପ୍ରଜ୍ଞାନ  ଚନ୍ଦ୍ରପୃଷ୍ଠରୁ ଏକ ବଡ଼ ଅପଡେଟ ପଠାଇଛି ।   ସେପ୍ଟେମ୍ବର 2023ରେ ସ୍ଲିପ ମୋଡ଼ ରୁ ଆକ୍ଟିଭ ମୋଡ଼ କୁ ଆସି ପୁଣି ଥରେ ନିଜ କାମ ଜାରି ରଖିଛନ୍ତି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର  । ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ରୋଭର ଏକ ବିରାଟ ବଡ଼ କ୍ରେଟର ବା ଗାତ ଖୋଜି ବାହାର କରିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଜ୍ଞାନ ରୋଭର ଗବେଷଣା ଜାରି ରଖିଛି । ଏଠାରେ ହିଁ ଏହି ପ୍ରାଚୀନ କ୍ରେଟର ସମ୍ପର୍କରେ ସୂଚନା ମିଳିଛି ।

ଏହି ଗାତଟି ପ୍ରାୟ 160କିମି ଚଉଡ଼ା । କୁହାଯାଉଛି ଏହି ଗାତଟି ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ସାଇଟ ନିକଟରେ ରହିଛି । ଏ ସମ୍ପର୍କରେ ଅହମ୍ମଦାବାଦ ସ୍ଥିତ ଫିଜିକାଲ ରିସର୍ଚ୍ଚ ଲ୍ୟାବର ବୈଜ୍ଞାନିକଙ୍କ ପକ୍ଷରୁ ପ୍ରକାଶିତ ସାଇନ୍ସ ଡାଇରେକ୍ଟରେ ପ୍ରକାଶିତ ହୋଇଛି । ରିପୋର୍ଟ ଅନୁସାରେ, ଏହି କ୍ରେଟରଟି ଚନ୍ଦ୍ରର ସାଉଥ-ପୋଲ ଏଟିକନ ବେସିନ ହେବା ପୂର୍ବରୁ ସୃଷ୍ଟି ହୋଇଛି । ଖାସ କଥା ହେଉଛି ସାଉଥ-ପୋଲ ଏଟିକନ ବେସିନ ଚନ୍ଦ୍ରପୃଷ୍ଠରେ ଅବସ୍ଥିତ ସବୁଠୁ ପୁରାତନ ବେସିନ । ପ୍ରଜ୍ଞାନ ରୋଭର ପକ୍ଷରୁ ନିଆଯାଇଥିବା ଫଟୋ ଅନୁସାରେ ଏହି ପ୍ରାଚୀନ କ୍ରେଟରର ଢାଞ୍ଚା ସମ୍ପର୍କରେ ମଧ୍ୟ ତଥ୍ୟ ମିଳିଛି । ଯାହାକି ବୈଜ୍ଞାନିକମାନଙ୍କୁ ଚନ୍ଦ୍ର ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇପାରେ ବୋଲି ଆଶା କରାଯାଉଛି । ଚନ୍ଦ୍ରର ପ୍ରାରମ୍ଭିକ ଇତିହାସ ସମ୍ପର୍କରେ ତଥ୍ୟ ମିଳିବା ଆଶାରେ ବୈଜ୍ଞାନିକମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *