Pratidin TV

Odisha's Digital News Platform

ଭାରତ ଚେସ୍ ଇତିହାସରେ ନୂଆ ରେକର୍ଡ : ବିଶ୍ୱକପ୍ ଫାଇନାଲରେ ହାରି ହୃଦୟ ଜିତିଲେ ପ୍ରଜ୍ଞାନନ୍ଦ ….

1 min read

ନୂଆଦିଲ୍ଲୀ : ଭାରତୀୟ ଚେସ୍ ଇତିହାସରେ ନିଜ ପାଇଁ ସ୍ଥାନ ବନାଇଛନ୍ତି ଚେନା୍ନଇରେ ଜନ୍ମିତ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ । ବିଶ୍ୱନାଥ ଆନନ୍ଦଙ୍କ ପରେ ପ୍ରଜ୍ଞାନନ୍ଦ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱକପ ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଥିଲେ। ଗତ ସୋମବାର ବିଶ୍ୱର ୩ ନମ୍ବର ଖେଳାଳି ଫାବିଆନୋ କାରୁଆନାଙ୍କ ବିପକ୍ଷରେ ୩.୫-୨.୫ରେ ଚମକପ୍ରଦ ବିଜୟ ହାସଲ କରି ପ୍ରଜ୍ଞାନନ୍ଦ ଫାଇନାଲରେ ପ୍ରବେଶ କରିଥିଲେ। ଏହାପରେ ଫାଇନାଲରେ ତାଙ୍କ ଟକ୍କର ବିଶ୍ୱର ନମ୍ବର ୱାନ ଖେଳାଳି ମାଗ୍ନସ କାର୍ଲସେନଙ୍କ ସହ ହୋଇଥିଲା ।

ବିଶ୍ୱକପ୍ ଚେସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଡ଼ା ଟକ୍କର ଦେଇ ହାରିଯାଇଛନ୍ତି ବାରତ ପୁଅ ପ୍ରଜ୍ଞାନନ୍ଦ । କାର୍ଲସନ ଟ୍ରାଏ ବ୍ରେକ୍ରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦଙ୍କୁ ହରାଇ ଦେଇଛନ୍ତି। ପ୍ରଜ୍ଞାନନ୍ଦ ମ୍ୟାଚ୍ ହାରି ଯାଇଥିଲେ ମଧ୍ୟ ଏତେ କମ ବୟସରେ ଫାଇନାଲରେ ପହଞ୍ଚିବା ଓ ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ଟକ୍କର ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତେବେ ଚେନ୍ନାଇରେ ଜନ୍ମିତ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ ଫାଇନାଲ ମ୍ୟାଚ୍ ହାରି ଯାଇଛନ୍ତି ସତ, କିନ୍ତୁ ଭାରତୀୟ ଚେସ୍ ଇତିହାସରେ ସେ ନିଜର ଦବଦବା ଦେଖାଇବାକୁ ସକ୍ଷମ ହୋଇଛନ୍ତି।

ସେହିଭଳି ରୌପ୍ୟ ପଦକ ହାସଲ କରିବା ସହ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥାନ ପକ୍କା କରିଛନ୍ତି। ସେ ଦ୍ୱିତୀୟ ଭାରତୀୟ ଭାବେ ଏପରି ସଫଳତା ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *