Pratidin TV

Odisha's Digital News Platform

ପ୍ରଜ୍ୱଳଙ୍କ ମାଆ ଙ୍କୁ ମିଳିଲା ଆଗୁଆ ଜାମିନ..

1 min read

ବହୁ ଚର୍ଚ୍ଚିତ ଅଶ୍ଳୀଳ ଭିଡିଓ ଟେପ୍‌ ମାମଲାରେ  ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା’ ତଥା ହୋଲେନାରସିପୁରା ବିଧାୟକ ଏଚଡି ରେଭାନ୍ନାଙ୍କ ସ୍ତ୍ରୀ ଭବାନୀ ରେଭାନ୍ନାଙ୍କୁ ମିଳିଛି ଆଗୁଆ ଜାମିନ । କର୍ନାଟକ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ମହୀଶୁରର କେ.ଆର. ନଗର ଥାନାରେ ଭବାନୀଙ୍କ ନାମରେ ଅପହରଣ ମାମଲା ରୁଜୁ ହୋଇଥିଲା। ବିଚାରପତି କ୍ରିଷ୍ଣା ଏସ ଦିକ୍ଷିତ ପିଟିଶନର ଶୁଣାଣି କରି ଏହି ଜାମିନ ପ୍ରଦାନ କରିଛନ୍ତି ।

କିଛି ସର୍ତ୍ତ ରଖି ବିଚାରପତି କହିଛନ୍ତି ଯେ, ଆବେଦନକାରୀ ଭବାନୀ ବିଚାର ବିଭାଗୀୟ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ଶୁକ୍ରବାର ଅପରାହ୍ନ ୧ଟାରେ ହାଜର ହୋଇଛନ୍ତି ।ଏହା  ସହିତ ତଦନ୍ତ ପ୍ରକ୍ରିୟାରେ ପୂର୍ଣ୍ଣ ସହଯୋଗ କରିଛନ୍ତି । ଅନ୍ୟପଟେ ତଦନ୍ତ ଆଳରେ ଅଧିକାରୀ ତାଙ୍କୁ ଅପରାହ୍ନ ୫ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ବସାଇ ରଖିପାରିବେ ନାହିଁ। ବିଚାରପତି ଆହୁରି କହିଥିଲେ ଯେ, କେବଳ ଏହି ସର୍ତ୍ତ ଅନୁସାରେ ଜାମିନ ଦିଆଯାଉଛି। ହେଲେ  ମାମଲାର ତଦନ୍ତ କରୁଥିବା ଏସଆଇଟି ଦାବି କରିଛି ଯେ, ଭବାନୀ ହେଉଛନ୍ତି ଯୌନ କେଳେଙ୍କରୀ ଘଟଣାର ମାଷ୍ଟରମାଇଣ୍ଡ। ତାଙ୍କୁ ବିଚାର ବିଭାଗୀୟ ହାଜତରେ ଜେରା କରାଯିବା ଉଚିତ।

Advertisement

Leave a Reply

Your email address will not be published. Required fields are marked *