Pratidin TV

Odisha's Digital News Platform

୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କଲେ ,ପ୍ରକୃତି

1 min read

ଭୁବନେଶ୍ୱର : ନିକଟରେ ପତୀ-ପତ୍ନୀ-ପ୍ରକୃତି ମାମଲାଟି ଓଡିଶାରେ ନିଆଁ ଭଳି ଖେଳିଯାଇଥିବା ବେଳେ ,ଏହି ଘଟଣା ସହ ଜଡିତ ଅନେକ ଭିଡିଓ ମଧ୍ୟ ଜୋର ସୋରରେ ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ ।

ତେବେ ଉକ୍ତ ଘଟଣାରେ ବାବୁସାନ ଓ ପ୍ରକୃତିଙ୍କୁ ବିଚ୍ ରାସ୍ତାରେ ଧରାପକାଇଥିଲେ ସ୍ତ୍ରୀ ତୃପ୍ତି । ଏହାପରେ ପ୍ରକୃତି ଓ ତୃପ୍ତିଙ୍କ ରାସ୍ତା କଳି ସମସ୍ତଙ୍କୁ ଜଣା । ଏପରିକି ପ୍ରକୃତିଙ୍କ ଚୁଟି ଟାଣି , ଧକ୍କା ଦେଇଥିବା ଭିଡିଓଟି ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା । ଏହି ଘଟଣାକୁ ନେଇ ପ୍ରକୃତିଙ୍କ ବାପା ମା ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲାରେ ତୃପ୍ତି ଓ ତାଙ୍କ ବାପା ଳଳୀତ ଶତପଥିଙ୍କ ନାରେ ଅଭିଯୋଗ ରହିଥିଲା । ତେବେ ଉଭୟ ପରିବାର ଏହାର ଆପୋଷ ବୁଝାବଣା କରିବେ ବୋଲି ରାଜି ହୋଇ ଘଟଣାଟିକୁ ଚପାଇଦେଇଥିଲେ ।

Advertisement

କିନ୍ତୁ ଗତକାଲି ଏହି ଘଟଣାକୁ ୧ ମାସ ପୁରୁଥିବା ବେଳେ , ଆପୋଷସମାଧାନ କିଛି କରାଯାଇନି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ପ୍ରକୃତି । ବାବୁସାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁରଙ୍କ ନାରେ ଏତଲା ଦେବାପରେ ମଧ୍ୟ ପୋଲିସ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଗତକାଲି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପ୍ରକୃତି ।
ଏନେଇ ଆଜି ଭୁବନେଶ୍ୱର ହାଇକୋର୍ଟରେ ମାନହାନୀ ମକଦ୍ଦମା ମାମଲା ଦାୟର କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଏହା ସହ ବାବୁସାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ବାପ। ଳଳିତ ଶତପଥୀଙ୍କ ନାଁରେ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା ଦାୟର କରିଛନ୍ତି ସେ ।

ପ୍ରକୃତିଙ୍କ ଓକିଲ ବ୍ୟୋମକେଶ ତ୍ରୀପାଠିଙ୍କ ସୂଚନା ଅନୁଯାୟୀ ଆଜି ମଧ୍ୟ ସମୟ ଅଛି ଆପୋଷ ସମାଧାନ କରାଯିବା ପାଇଁ ଯଦି ଦୁଇ ପରିବାର ଚାହିଁଲେ । ଏହା କୌଣସି ମର୍ଡର କେସ୍ ନୁହେଁ ବରଂ ଏକ ଛୋଟ କ୍ଷମା ମାଗିବା ଦ୍ୱାରା ସମାଧାନ ହୋଇପାରେ ଏହି ଘଟଣାଟି । ପ୍ରକୃତିଙ୍କ ଉପରକୁ ବିଚ୍ ରାସ୍ତାରେ ଆକ୍ରମଣ କରିଥିବା ତୃପ୍ତି ଓ ତାଙ୍କ ବାପା ଯଦି ଭୁଲ ମାଗନ୍ତି ତେବେ ସବୁ ସମାଧାନ ହୋଇପାରନ୍ତା ।

ତେବେ ପ୍ରକୃତି କେବଳ ମାନହାନୀ ମକଦ୍ଦମା ତୃପ୍ତି ଏବଂ ତାଙ୍କ ବାପାଙ୍କ ଉପରେ କରିନାହାନ୍ତି ବରଂ ସୋସିଆଲ ମିଡିଆ ୟୁଟ୍ୟୁବ୍ ଚ୍ୟାନେଲ ଗୁଡିକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ସେ । ୟୁଟ୍ୟୁବ୍‌ରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ଏହାକୁ ତୁରନ୍ତ ହଟାଇବା ପାଇଁ ମଧ୍ୟ ମାମଲା ଦାୟର କରିଛନ୍ତି ପ୍ରକୃତି ବୋଲି କହିଛନ୍ତି ବ୍ୟୋମକେଶ ।

Leave a Reply

Your email address will not be published. Required fields are marked *