Pratidin TV

Odisha's Digital News Platform

ହାଇକୋର୍ଟକୁ ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର

1 min read

ଭୁବନେଶ୍ୱର : ଓଡିଶାର ଲୋକପ୍ରିୟ କଳାକାର ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ରିଲେଶନସିକୁ ନେଇ ନିକଟରେ ବହୁତ ଚର୍ଚ୍ଚା ହୋଇଥିଲା । ବିଚ୍ ରାସ୍ତାରେ ପ୍ରକୃତିଙ୍କୁ ମାଡ ମାରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ମିଶ୍ର । ଏହି ଘଟଣାଟି ପୂରା ଓଡିଶାରେ ନିଆଁ ପରି ବ୍ୟାପିଯାଇଥିଲା । ଏନେଇ ଉଭୟଙ୍କ ପରିବାର ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା । ସମସ୍ତଙ୍କୁ ଜେରା ପରେ ଘଟଣାଟି ପାରିବାରିକ କହି ଉଭୟ ପରିବାର ଆପୋଷ ସମାଧାନ କରିବେ ବୋଲି କହିଥିଲେ ।


ଏହାପରେ ଘଟଣାଟି ଥଣ୍ଡା ପଡିଯାଇଥିବାର ଲାଗୁଥିବା ବେଳେ , ଆଜି ପୁଣି ଚର୍ଚ୍ଚା ଧରିଛି ଏହି ମାମଲାଟି । ତୃପ୍ତି ଓ ତାଙ୍କ ବାପାଙ୍କ ବିରୁଦ୍ଧରେ ପ୍ରକୃତି ମାନହାନି କେସ୍ ଦେଇଥିବା ବେଳେ ,ଆଜି ଘଟଣାକୁ ମାସେ ପୁରୁଥିବା ବେଳେ ଏପର୍ଯ୍ୟାନ୍ତ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏନେଇ ଆଜି ପ୍ରକୃତି ମିଶ୍ର ନିଜ ଓକିଲୋ ବ୍ୟୋମିକେଶଙ୍କ ସହ ହାଇକୋଟ ଦ୍ୱାରସ୍ଥ ହୋଇଛନ୍ତି ।ଏହା ସହ ସେ କୋର୍ଟରୁ ଉପଯୁକ୍ତ ନ୍ୟାୟ ପାଇବେ ବୋଲି ମଧ୍ୟ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *