Pratidin TV

Odisha's Digital News Platform

ପୁଣି ଚର୍ଚ୍ଚାରେ ପ୍ରକୃତି : ସାଉଥ ସୁପରଷ୍ଟାର ବିଜୟଙ୍କ ସହ ପୋଷ୍ଟ କଲେ ଫଟୋ

1 min read

ଭୁବନେଶ୍ୱର : ଓଡିଆ ଚ୍ଚଳଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ରିଲେସନ୍‌ସିପ୍‌କୁ ନେଇ ନିକଟରେ ବହୁ ଚର୍ଚ୍ଚା ଧରିଥିଲା ଓଲିଉଡ୍ ।ବିଚ୍ ରାସ୍ତାରେ ବାବୁସାନଙ୍କ ପତ୍ନୀ ଉଭୟଙ୍କୁ ଏକତ୍ର ଧରାପକାଇଥିଲେ । ଏହାପରେ ଘଟଣାଟି ପୂରା ଓଡିଶାରେ ନିଆଁ ପରି ବ୍ୟାପିଯାଇଥିଲା ।

ଏହାପରେ ଏବେ ପୁଣି ଚର୍ଚ୍ଚାରେ ସେହି ଓଡିଆ ନାୟିକା ପ୍ରକୃତି । କାରଣ ଏଥର କିନ୍ତୁ ବାବୁସାନ ନୁହଁନ୍ତି ବରଂ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ନିକଟରେ ପ୍ରକୃତି ମିଶ୍ର ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଫଟୋରେ ଦୁଇ ସେଲିବ୍ରିଟି କ୍ୟାମେରା ସାମ୍ନାରେ ପୋଜ୍ ଦେଉଥିବାର ନଜର ଆସିଛନ୍ତି ।ସେହିପରି ଫଟୋଟିକୁ ପୋଷ୍ଟ କରି ପ୍ରକୃତି ଲେଖିଛନ୍ତି ,ଏହା ଏକ ପୋଷ୍ଟ ନୁହେଁ, ‘ଏହା ଏକ ପ୍ରଶାସନିକ ୱିଣ୍ଡୋ ।ମୋର ମଧ୍ୟ କାମକଲା ଆପଣଙ୍କର ବି କରିବ ।ତୁମେ ତୁମ ନିଜର ମାଲିକ ’ା

Advertisement


ସୂଚନା ଅନୁଯାୟୀ ୨ ଦିନ ପୂର୍ବରୁ ମୁମ୍ବାଇ ସ୍ଥିତ ସନ୍ ଆଣ୍ଡ ସାଇନ୍ ହୋଟେଲ୍ ରେ ବିଜୟ ନିଜର ଫିଲ୍ମ ଲିଗରର ପ୍ରମୋସନରେ ଆସିଥିଲେ ।ସେଠାରେ ପ୍ରକୃତି ମଧ୍ୟ ଉପସ୍ଥିତ ଥିଲେ । ଏହି ମୌକାରେ ପ୍ରକୃତି ବିଜୟଙ୍କ ସହ ଏକ ଫଟୋ ଉଠାଇଥିଲେ ଓ ପରେ ଏହାକୁ ଫୋଷ୍ଟ କରିଥିଲେ ।ବର୍ତ୍ତମାନ ପ୍ରକୃତିଙ୍କ ସେହି ଫଟୋରେ ବିଜୟଙ୍କ ଫ୍ୟାନ୍ସମାନଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।ଅନେକ ଫ୍ୟାନ୍ସ ତାଙ୍କୁ ଏବେ ଭାଗ୍ୟବାନ ଝିଅ ବୋଲି କହୁଛନ୍ତି ।

https://www.instagram.com/p/ChWaFxCMsbd/?utm_source=ig_web_copy_link

Leave a Reply

Your email address will not be published. Required fields are marked *