Pratidin TV

Odisha's Digital News Platform

ଜୀବନର ନୂଆ ମୋଡରେ ପ୍ରକୃତି , ହେଲେ ବାବୁଶାନଙ୍କୁ ନେଇ ଏମିତି କଣ କହିଦେଲେ …..

ଭୁବନେଶ୍ୱର : ନିଜ ରାସ୍ତାରେ ଆଗକୁ ବଢୁଛନ୍ତି ପ୍ରକୃତି । ଆଗକୁ ଆସୁଛି ପ୍ରକୃତିଙ୍କ ନୂଆ ଫିଲ୍ମ । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ହୋଇଛି ଫିଲ୍ମର ମହୁରତ । ଫିଲ୍ମର ନାଁ ରହିଛି ‘କଫି ସପ୍’ । ତେବେ ଏଥର ନିଜ ଲାଇଫ୍ ରେ ସିରିଅସ୍ ହୋଇଯାଇଛନ୍ତି ପ୍ରକୃତି । ଏନେଇ ସେ ନିଜେ ଗଣମାଧ୍ୟମା ଆଗରେ ମୁହଁ ଖୋଲିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ ମୁଁ ମୋ ଲାଇଫ୍‌ରେ ଆଉ ଡ୍ରାମା ଚାହେଁନି । ଆଶା କରୁଛି ଦର୍ଶକମାନେ ମୋର ଅଭିନୟକୁ ଖୁବ୍ ପସନ୍ଦ କରିବେ । ଫିଲ୍ମର କାହାଣୀ ଜବରଦସ୍ତ ହୋଇଛି । ଏବଂ ଏହା ଯୁବପିଢିଙ୍କୁ ବାନ୍ଧିରଖିବ ବୋଲି ମୁଁ ଭାବୁଛି । ଏହାପରେ ଗଣମାଧ୍ୟମ ଆଗରେ ବାବୁଶାନ ମହାନ୍ତି ବା ତାଙ୍କ ସମ୍ପର୍କିତ ପ୍ରଶ୍ନଗୁଡିକୁ ଏଡାଇବାକୁ ଚେଷ୍ଟା କରିଥିଲେ ପ୍ରକୃତି ।

ଆଉ ଉତ୍ତରରେ କହିଥିଲେ ଯେ ମତେ ସ୍ପାଇନଲେସ୍ ଲୋକଙ୍କ କଥା ଦୟାକରି ପଚାରନ୍ତୁ ନାହିଁ । ମୁଁ ମୋ କ୍ୟାରିୟରକୁ ନେଇ ଖୁବ୍ ବ୍ୟସ୍ତ ଅଛି । ଏସବୁ ପାଇଁ ମୋ ପାଖରେ ସମୟନାହିଁ । ସେ ଆଉ ମଧ୍ୟ କହିଛନ୍ତି ଯେ , ମୁଁ ବର୍ତ୍ତମାନ କାମରେ ଫୋକସ୍ କରୁଛି । ଆଗକୁ ଯେମତି ଭଲ କାମ କରିବି ,ତାହା ଉପରେ ନଜର ଦେଉଛି । ଓଡ଼ିଆ ଫିଲ୍ମ ‘କଫି ସପ୍’ର ଜବର ଦସ୍ତ ଷ୍ଟୋରୀ ପ୍ଲଟ୍ ରହିଛି । ଯୁବ ପୀଢ଼ିଙ୍କ ପାଇଁ ନୂଆ ଆନ୍ଦାଜର ପ୍ରେମ କାହାଣୀ। ଆଶା କରୁଛି ସମସ୍ତଙ୍କୁ ଭଲ ଲାଗିବ। ସବୁ ଫିଲ୍ମ ନିଜର ଭାଗ୍ୟ ନେଇ ଆସିଥାଏ। କେଉଁ ଫିଲ୍ମ ହିଟ୍ ହେବ ଓ ହିଟ୍ ହେବନି, ତାହା ଦର୍ଶକଙ୍କ ଉପରେ ଛାଡ଼ିଦେଇଛି ବୋଲି କହିଥିଲେ ପ୍ରକୃତି ।

ତେବେ ସତରେ ବୋଧେ ପ୍ରକୃତି ନିଜ ଜୀବନରେ ଆଗକୁ ବଢିଯାଇଛନ୍ତି । ବାବୁସାନଙ୍କୁ ନେଇ ତାଙ୍କ ଜୀବନରେ ଉଠିଥିବା ଝଡରେ ରାସ୍ତା ବନେଇ ସେ ଆଗକୁ ବାହାରି ସାରିଛନ୍ତି । କିଛି ମାସ ପୂର୍ବରୁ ଓକିଲୋ ବ୍ୟୋମକେଶଙ୍କୁ ଧରି ନିଜ ଆତ୍ମସମ୍ମାନ ପାଇଁ ହାଇକୋର୍ଟ ଦ୍ୱାରସ୍ତ ହୋଇଥିବା ପ୍ରକୃତି ନାମକ ଝଡ ସତରେ ବୋଧେ ଥମିଯାଇଛି । ବିଚ୍ ରାସ୍ତାରେ ହୋଇଥିବା ଅପମାନର ପ୍ରତିଶୋଧ ନେବା ପାଇଁ ବାହରି ଥିବା ସେଇ ପ୍ରକୃତି ବୋଧେ ଆଉ କିଏ ଥିଲା ବୋଲି ଚର୍ଚ୍ଚା କରୁଛନ୍ତି ଓଡିଆ ଦର୍ଶକେ ।

Leave a Reply

Your email address will not be published. Required fields are marked *