Pratidin TV

Odisha's Digital News Platform

ପତିପତ୍ନୀ ଏବଂ ପ୍ରକୃତି ମାମଲା : ଆଜି ହାଇକୋର୍ଟରେ ହେବ ଫାଇନାଲ ଶୁଣାଣି

1 min read

ଭୁବନେଶ୍ୱର : କିଛି ଦିନ ପୂର୍ବେ ଓଡିଶାରେ ନିଆଁ ଭଳି ଖେଳି ଯାଇଥିବା ବହୁ ଚର୍ଚ୍ଚିତ ମାମଲାରେ ଆଜି ହୋଇପାରେ ଫାଇନାଲ ଶୁଣାନି । ନିକଟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ହାଇକୋର୍ଟରେ କରିଥିବା ଆବେଦନର ଶୁଣାନି ହେବ ଆଜି । ବିଚ୍ ରାସ୍ତାରେ ପ୍ରକୃତିଙ୍କ ଉପରକୁ ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଳଳିତ ଶତପଥୀ ଆକ୍ରମଣ କରିଥିବା ନେଇ ଖଅରବେଳନଗର ଥାନାରେ ଅଭିଯୋଗ କରିଥିଲେ ପ୍ରକୃତିଙ୍କ ମାଁ କୃଷ୍ଣା ମିଶ୍ର ଏବଂ ବାପା ମନ୍ନଥ ମିଶ୍ର । ଏହି ଘଟଣାକୁ ୧ ମାସର ଉର୍ଦ୍ଧ ପୁରିଯାଇଥିଲେ ମଧ୍ୟ କମିଶନରେଟ ପୋଲିସ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏନେଇ ପ୍ରକୃତି ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲା ବେଳେ ଆଜି ଏହାର ଶୁଣାଣି କରାଯିବ ବୋଲି ସୂଚନା ମିଳୁଛି ।

ଜୁଲାଇ ୨୩ ତାରିଖ ଦିନ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଏକ ଗାଡି ଯୋଗେ ବାବୁସାନ ଓ ପ୍ରକୃତି ଏକତ୍ର ଧରାପଡିଥିଲେ । ଏନେଇ ପତ୍ନୀ ତୃପ୍ତି ତାଙ୍କୁ ନିଜ ଘରଭାଙ୍ଗିଥିବା ଆରୋପ ଲଗାଇ ଆକ୍ରମଣ କରିଥିଲେ । ଏହାପରେ ପ୍ରକୃତିଙ୍କ ପରିବାର ପକ୍ଷରୁ ଏକ ଅଭିଯୋଗ ହୋଇଥଲା ତୃପ୍ତି ଏବଂ ତାଙ୍କ ବାପାଙ୍କ ନାରେ । ଏହାର ପ୍ରତିକ୍ରିୟାରେ ମଧ୍ୟ ତୃପ୍ତି ଓ ଅପରାଜିତା ମଧ୍ୟ ତାଙ୍କ ଉପରେ ପାଲଟା ଅଭିଯୋଗ ଆଣିଥିଲେ ।

Advertisement

ଏହି ହାଇଭୋଲ୍ଟ ଫ୍ୟାମିଲି ଆଫିଅର୍ସ ଡ୍ରାମାରେ ଧିରେ ଧିରେ ସବୁ ଘଟଣାର ସତ୍ୟାସତ୍ୟ ସମସ୍ତଙ୍କ ସାମ୍ନାକୁ ଆଣିଥିଲା ଗଣମାଧ୍ୟମ । ଉକ୍ତ ମାମଲାରେ ଖାରବେଳନଗର ପୋଲିସ ସମସ୍ତଙ୍କୁ ଜେରା କରିବା ପରେ ମଧ୍ୟ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । କାରଣ ଉଭୟଙ୍କ ପରିବାର ଆପୋଷ ବୁଝାବଣା ପାଇଁ କଥାହୋଇଥିଲେ , କିନ୍ତୁ ୧ ମାସ ବିତିଯାଇଥିଲେ ମଧ୍ୟ ଉଭୟଙ୍କ ପରିବାର କୌଣସି ପ୍ରକାରର ଆପୋଷ ବୁଝାବଣା କରିନଥିଲା । ଏନେଇ ପ୍ରକୃତି ଅଗଷ୍ଟ୨୩ ତାରିଖ ଦିନ ହାଇକୋର୍ଟ ଦ୍ୱାରସ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *