Pratidin TV

Odisha's Digital News Platform

ବାଚସ୍ପତି ପଦ ପାଇଁ ପ୍ରମିଳା ମଲ୍ଲିକ ଭରିଲେ ନାମାଙ୍କନ ପତ୍ର

1 min read


ଭୁବନେଶ୍ୱର : ନାମାଙ୍କନ ଦାଖଲ କଲେ ପ୍ରମିଳା ମଲ୍ଲିକ । ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭରିଲେ ବିଧାନସଭା ବାଚସ୍ପତି ପଦ ପାଇଁ ଭରିଲେ ଦାଖଲ ପତ୍ର । ନାମାଙ୍କନ ଦାଖଲ ବେଳେ ବିଜେଡିର ମନ୍ତ୍ରୀ ଏବଂ ବିଧାୟକମାନେ ଉପସ୍ଥିତ ରହିଥିଲେ । ଏହା ପୁବ;ରୁ ସେ ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଯାଇ ଭେଟିଥିଲେ ।ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ସେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ପଦ ପାଇ ନିର୍ବାଚନ ହେବ । ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ । କିଏ ହେବ ବାଚସ୍ପତି ସେନେଇ ଚର୍ଚ୍ଚା ଜୋର ଧରିଥିଲା ।ବିଜେଡିର ୫ମ ପାଳି ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ୬ ଥର ବିଧାୟିକା ହୋଇଛନ୍ତି । ସେହିଭଳି ବିଜେଡି ସରକାରରେ ଏକାଧିକ ଥର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମନ୍ତ୍ରୀ ଭାବେ ଅଭିଜ୍ଞ ଓ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଦଳର ଦାୟିତ୍ୱ ତୁଲାଇଛନ୍ତି । ପ୍ରମିଳା ବାଚସ୍ପତି ହେଲେ ସେ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ।

Advertisement

Leave a Reply

Your email address will not be published. Required fields are marked *