Pratidin TV

Odisha's Digital News Platform

ଓଡିଶା ବିଧାନସଭାରେ ଆରମ୍ଭ ହେଲା ବାଚସ୍ପତି ମହିଳାଙ୍କ ଯୁଗ; ଗାଦିରେ ବସି ଲେଖିଲେ ନୂଆ ଇତିହାସ

1 min read

ଭୁବନେଶ୍ୱର : ଆଜି ଓଡିଶା ପାଇଁ ଏକ ଐତିହାସିକ ଦିନ । ଓଡିଶା ପାଇଲା ତାର ପ୍ରଥମ ମହିଳା ବାଚସ୍ପତି । ଓଡିଶା ବିଧାନସଭା ଇତିହାସର ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ । ନିଦ୍ୱନ୍ଦରେ ନିର୍ବାଚିତ ହୋଇ ଗାଦିରେ ବସିଲେ ପ୍ରମିଳା । ତା ବିପକ୍ଷରେ ଅନ୍ୟ କେହି ନାମାଙ୍କନ ଭରି ନଥିବାରୁ ସେ ସିଧା ସଳଖ ବାଜି ମାରି ନେଇଛନ୍ତି । ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରମିଳା ।ଗାଦିରେ ବସିବା ପୂର୍ବରୁ ଶୁଭେଚ୍ଛା ଜଣାଇଳେ ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏଥିସହ ପ୍ରଥମ ଦିନରେ ଅର୍ଥାତ ଆଜି ବସିବ ମୌସୁମୀ ଅଧିବଶେନ । ବାଚସ୍ପତି ଶପଥ ନେବା ପରେ ପ୍ରମିଳା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନା ମୁତାବକ,୬ ଥରର ବିଧାୟିକା, ଏକାଧିକ ଥର ମନ୍ତ୍ରୀ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକଙ୍କ ପାଖେ ବେଶ୍ ଅଭିଜ୍ଞତା ରହିଛି । ବିଧାନସଭାରେ ବାଚସ୍ପତି ପ୍ରାର୍ଥୀ ଭାବେ ଗତକାଲି ସେ ନାମାଙ୍କନ ଦାଖଲ କରିଥିଲେ । ବିଧାନସଭା ସଚିବଙ୍କ ପ୍ରକୋଷ୍ଠକୁ ଯାଇ ପୂରା ଟିମ୍ ସହ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଞ୍ଝାରପୁରର ଏହି ବରିଷ୍ଠ ବିଧାୟିକା । ନାମାଙ୍କନରେ ପ୍ରମିଳାଙ୍କ ପାଇଁ ପ୍ରସ୍ତାବକ ହୋଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ଓ ସମର୍ଥକ ହେଇଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Advertisement

Leave a Reply

Your email address will not be published. Required fields are marked *