Pratidin TV

Odisha's Digital News Platform

ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିବେ ପ୍ରମିଳା ମଲ୍ଲିକ

1 min read

ଭୁବନେଶ୍ୱର : ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ । ବିଧାନସଭା ବାଚସ୍ପତି ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ । ରାଜ୍ୟପାଳଙ୍କୁ ନିଜ ଇସ୍ତପା ପତ୍ର ସେ ପ୍ରଦାନ କରିଛନ୍ତି ।ତାଭ୍‌କ ସହ ବିଜେଡିର ଅନ୍ୟ ମନ୍ତ୍ରୀ ବିଧାୟକ ମଧ୍ୟ ନଜର ଆସିଛନ୍ତି । ସେ ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଥିଲେ । ନାମାଙ୍କନ ଦାଖଲ ପୂର୍ବରୁ ନୀବନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପ୍ରମିଳା । ଆଉ କିଛି ସମୟ ଭିତରେ ବିଜେଡି ପକ୍ଷରୁ ସେ ନାମାଙ୍କନ ଭରିବେ ।ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ । ଆଜି ସେ ନାମାଙ୍କନ ଦାଖଲ କରିବେ ।ବିଜେଡିର ୫ମ ପାଳି ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ୬ ଥର ବିଧାୟିକା ହୋଇଛନ୍ତି । ସେହିଭଳି ବିଜେଡି ସରକାରରେ ଏକାଧିକ ଥର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମନ୍ତ୍ରୀ ଭାବେ ଅଭିଜ୍ଞ ଓ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଦଳର ଦାୟିତ୍ୱ ତୁଲାଇଛନ୍ତି । ପ୍ରମିଳା ବାଚସ୍ପତି ହେଲେ ସେ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ ।

Advertisement

Leave a Reply

Your email address will not be published. Required fields are marked *