Pratidin TV

Odisha's Digital News Platform

ମଦପିଇ ଗାଡି ଚଳାଇବା ଅଭିଯୋଗ , ପ୍ରମୋଦ ଭାଗତଙ୍କ ନାଁରେ ଚାଲାଣ କାଟିଲା ପୁଲିସ ..

ସିଜ୍  ହେଲା ପ୍ରମୋଦ ଭଗତଙ୍କ  ଗାଡି। କାଟିଲା  ପ୍ରମୋଦ ଭଗତଙ୍କ ନାଁରେ ଚାଲାଣ ।ମଦପିଇ ଗାଡ଼ି ଚଳାଇବା ଅଭିଯୋଗରେ କମିସନରେଟ ପୁଲିସ ଶନିବାର ରାତିରେ ପ୍ରମୋଦ ଭଗତଙ୍କ ନାମରେ ଏହି ଚାଲାଣ କାଟିଥିବା ଜଣାପଡ଼ିଛି।  ଭୁବନେଶ୍ବର ଓମଫେଡ ଛକରେ ଚେକିଂ ବେଳେ ତାଙ୍କ ଗାଡିକୁ ଧରିଥିଲା ପୋଲିସ । ଅନ୍ୟପକ୍ଷରେ ସେ ଗାଡିରେ ନଥିବା କହିଛନ୍ତି ପ୍ରମୋଦ । କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା

ସୂଚନା ଅନୁସାରେ, ଶନିବାର ରାତିରେ ସେ୍ଫ ସିଟି ଡ୍ରାଇଭ ଅଭିଯାନରେ ଭୁବନେଶ୍ୱରରେ ରାତ୍ରୀ କାଳୀନ ଚେକିଂ କରୁଥିଲା ପୋଲିସ । ସେହି ସମୟରେ ପ୍ରମୋଦ ଭଗତଙ୍କ ଗାଡିକୁ ଧରିଥିଲା ପୋଲିସ । ଡ୍ରାଇଭିଂ କରୁଥିବା ବ୍ୟକ୍ତି ମଦ୍ୟପାନ କରି ଗାଡି ଚଳାଉଥିବା ପୋଲିସ ଜାଣିବାକୁ ପାଇଥିଲା । ଆଲ୍କହଲ ଟେଷ୍ଟିଂ ଚେକିଂ ସମୟରେ ଉକ୍ତ ବ୍ୟକ୍ତି ଜଣକ .୪୭ ପ୍ରତିଶତ ମାତ୍ରା ମଦ୍ୟପାନ କରିଥିବା ଜଣାପଡିଥିଲା‌ । ଏହାପରେ ଗାଡିର ମାଲିକ ପ୍ରମୋଦଙ୍କ ନାମରେ ଚାଲାଣ କାଟି ଥିଲା ଟ୍ରାଫିକ ଥାନାର ପୋଲିସ । ନାଲକୋ ଛକରୁ କଳାରଙ୍ଗର ନେକ୍ସନ କାର  ଗାଡିକୁ ପୋଲିସ ଜବତ କରି ତମାଣ୍ଡୋକୁ ନେଇଥିଲା । ସେ କୋର୍ଟରେ ଫାଇନ ଦେବା ପରେ ଗାଡ଼ି ନେଇପାରିବେ । ପୋଲିସ କାଟିଥିବା ଚାଲାଣରେ ତାଙ୍କ ଫଟୋ ସହ ମୋବାଇଲ ନମ୍ବର ଓ ଡ୍ରାଇଭି୍ଂ ଲାଇସେନ୍ସ ମଧ୍ୟ ଉଲ୍ଲେଖ କରାଯାଇଛି ।

Leave a Reply

Your email address will not be published. Required fields are marked *