Pratidin TV

Odisha's Digital News Platform

ନାମାଙ୍କନ ପତ୍ର ଦାଖଲ କଲେ ପ୍ରମୋଦ ..

ରାଜ୍ୟରେ ଶେଷ ପର୍ଯ୍ୟାୟ ତଥା କଟକ ଜିଲ୍ଲାର ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଡାକ୍ତର ପ୍ରମୋଦ କୁମାର ମଲ୍ଲିକ । ତିନି ତିନି ଥର ନିଆଳି ନିର୍ବାଚନ ମଣ୍ଡଳୀରୁ ବିଜୟ ମୁକୁଟ ପିନ୍ଧି ସାରିଥିବା ପ୍ରମୋଦ ଚତୁର୍ଥ ଥର ପାଇଁ ଅଣ୍ଟା ଭିଡିଛନ୍ତି ।

ତେବେ ଏହି ପରିପ୍ରେକ୍ଷୀରେ ଆଜି ସକାଳ ୮ ଘଟିକା ସମୟରେ ନିଜ ସମର୍ଥକଙ୍କ ସହିତ ନିଜର ଜନ୍ମ ମାଟି ତଥା କୁଳଶ୍ରୀ ଗ୍ରାମର ଗ୍ରାମ ଦେବତୀଙ୍କୁ ଦର୍ଶନ କରି ହଜାର ହଜାର କର୍ମୀ ଓ ନେତାଙ୍କ ସହ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଶ୍ରୀ ମଲ୍ଲିକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *