Pratidin TV

Odisha's Digital News Platform

ଅକ୍ଷିମୁଠି ଅନୁକୂଳ କଲେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ..

1 min read

ରେଙ୍ଗାଲି ରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ  l ରେଙ୍ଗାଲି ସ୍ଥିତ ଢୋରୋପାଣି ଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସେ ଢୋରୋପାଣି ଗାଁରେ ଚାଷୀଭାଇଙ୍କ ତରଫରୁ ଆୟୋଜିତ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ସାମିଲ ହେଲେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ l ଚାଷଜମିରେ ପୂଜାର୍ଚ୍ଚନା କରି ଅକ୍ଷିମୁଠି ଦେବା ସହିତ ଚାଷୀଭାଇଙ୍କ କ୍ଷେତ ଶସ୍ୟ ଶ୍ୟାମଳା ହୋଇ ପୁରିଉଠୁ ବୋଲି କାମନା କରିଥିଲେ l ଚାଷୀଙ୍କ ଜମିରେ ପୂଜାର୍ଚ୍ଚନା କରି ଲଙ୍ଗଳ ଧରି ଧାନ ବୁଣିଥିଲେ l ପ୍ରଭୁ ଜଗନ୍ନାଥ, ମା ସମଲେଶ୍ୱରୀ ଙ୍କ ଆର୍ଶୀବାଦରୁ ଏବର୍ଷ ଭଲ ବର୍ଷା ହେଉ l

ଚାଷୀଙ୍କ ଉନ୍ନତି ହେଉ ବୋଲି ମଙ୍ଗଳକାମନା କରିଥିଲେ l ଏହି ଅବସରରେ ସେ କହିଥିଲେ ଯେ ଚାଷୀ ଭାଇଟିଏ ସାରା ଦୁନିଆକୁ ଆହାର ଯୋଗାଉଛି l ତେଣୁକରି ଚାଷୀ ଭାଇଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସଦା ତତ୍ପର ରହିଛନ୍ତି ବୋଲି କହିଥିଲେ l ସମ୍ବଲପୁର ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ଚାଷୀଙ୍କ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଏଠାକୁ ପଠାଇଛନ୍ତି l ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଜଳସେଚନ ପ୍ରକଳ୍ପ କରିଛନ୍ତି l ମହାନଦୀ ଉପରମୁଣ୍ଡରେ ଛତିଶଗଡରେ ଦାଦାଗିରି ସତ୍ତ୍ୱେ ଆବଶ୍ୟକ ପାଣି ଯୋଗାଉଛନ୍ତି l କାଳିଆ ଯୋଜନାରେ ରାଜ୍ୟର ଅନେକ ଚାଷୀ ଉପକୃତ ହେଉଛନ୍ତି l ସେହିଭଳି ମୁଖ୍ୟମନ୍ତ୍ରୀ ତାଙ୍କର ନିର୍ବାଚନୀ ଘୋଷଣା ପତ୍ରରେ କୃଷି ଉଦ୍ଦେଶ୍ୟରେ ମାଗଣା ବିଦ୍ୟୁତ ପ୍ରଦାନ କରିବାକୁ ଉଲ୍ଲେଖ କରିଛନ୍ତି l ଆଗାମୀ ଦିନରେ ଚାଷୀଙ୍କ ପାଇଁ ଆହୁରି ଉନ୍ନୟନମୂଳକ ଯୋଜନା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି l ଯାହା ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସହିତ ସେମାନଙ୍କର ଆର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ କରିବ ବୋଲି କୁହାଯାଉଛି l

Advertisement

Leave a Reply

Your email address will not be published. Required fields are marked *