Pratidin TV

Odisha's Digital News Platform

ପଠେଇଲେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯାଇ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି..

1 min read

ଚଳିତ ଥର ସମ୍ବଲପୁର ଲୋକ ସଭା ଆସନରୁ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା ପରେ ସେ ଆଜି ପ୍ରଥମ ଥର ସମ୍ବଲପୁର ଗସ୍ତ କରିଛନ୍ତି । ସେଠାରେ ପହଞ୍ଚିବା ପରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଆଜି ତାଙ୍କର ପ୍ରଥମ ଗସ୍ତରେ ନେତା ଓ କର୍ମୀ ବେଶ୍ ଉତ୍ସାହିତ ଅଛନ୍ତି । ସମ୍ବଲପୁରରେ ପହଞ୍ଚି ରେ ସମ୍ବଲପୁରବାସୀଙ୍କ ପାଦ ତଳେ ନତମସ୍ତକ ହୋଇଥିଲେ ପ୍ରଣବ ।

ଏବଂ କହିଥିଲେ ଏବଂ ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କର ଗୋଟି ମୁଦ୍ଦା ବିକାଶ ବିକାଶ ବିକାଶ । ସମ୍ବଲପୁର ମାଟିକୁ ବିକଶିତ କରିବା ପାଇଁ ମୋ କାନ୍ଧରେ ସମ୍ବଲପୁର ଭାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାପାଙ୍କର କର୍ମଭୁମି ଥିବାରୁ ମୁଁ ଆଜି ମୋ ଘରେ ରହିଥିବା ପରି ମନେ ହେଉଛି । କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ଯୁବକମାନେ ବବି ଦାସଙ୍କୁ ବେସ ଧୁମଧାମରେ ସ୍ୱାଗତ କରିଥିଲେ । ପ୍ରଥମେ ରେଢ଼ାଖୋଲରେ ପହଞ୍ଚିଥିଲେ ପ୍ରଣବ ପ୍ରକାଶ ଦାସ ଏବଂ ସେଠାରେ ପହଂଚି ଭୀମ ଭୋଇ ଛକଠାରେ ଭୀମଭୋଇ ପ୍ରତିମୂର୍ତ୍ତିି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *