ଜୁନ ୯ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ କରିବେ ବବି ..
1 min readଶନିବାର କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବିଭିନ୍ନ ବ୍ଲକରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଦଳର କର୍ମକର୍ତ୍ତାମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ । ସମ୍ବଲପୁର ବର୍ତ୍ତମାନ ରାଜ୍ୟ ରାଜନୀତିର ହଟସ୍ପଟ ପାଲଟିଛି । ଏହି ଆସନ ହାତେଇବାକୁ ବିରୋଧୀ ମିଛ ପ୍ରତିଶୃତିର ସାହାରା ନେଉଛନ୍ତି । ହେଲେ ଆମେ ରାଜ୍ୟସରକାରଙ୍କ ବିକାଶ କାମର ତାଲିକା ନେଇ ଭୋଟରଙ୍କ ପାଖକୁ ପହଞ୍ଚିବ । ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶ ବାର୍ତ୍ତାକୁ ଘରେଘରେ ପହଞ୍ଚାଇବେ ବୋଲି କହି କର୍ମୀମାନଙ୍କୁ ଉତ୍ସାହିତ କରିଛନ୍ତି ପ୍ରଣବ ପ୍ରକାଶ । କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରେଙ୍ଗାଲି ବ୍ଲକର କର୍ମୀମାନଙ୍କୁ ନେଇ କେସାଇ ବାହାଲରେ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଶହଶହ ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀମାନେ ସଭାରେ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଣବ ପ୍ରକାଶ କହିଥିଲେ ମୁଖ୍ୟମନ୍ତ୍ରୀ ଆଗାମୀ ୧୨ ବର୍ଷ ମଧ୍ୟରେ ଓଡିଶାକୁ ନମ୍ବର ୱାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ତେଣୁକରି ବିଜୁ ଜନତା ଦଳର ଇସ୍ତାହାରରେ ସମସ୍ତ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଯୋଜନା ରଖାଯାଇଛି । ଯୁବବର୍ଗଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବରେ ବଜେଟ ପ୍ରସ୍ତୁତ କଥା ହୋଇଛି । ଓଡିଶାର ମହିଳାମାନଙ୍କୁ ୧୫ ଲକ୍ଷ୍ୟ ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ । ସମସ୍ତ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ କରି ଏକ ବିକଶିତ ଓଡିଶା ଗଠନ ପ୍ରତି ଦୃଷ୍ଟି ଦିଆଯିବ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡା, ଗମନାଗମନ, ପରିବହନ ଏଭଳି ଅନେକ କିଛି ଯୋଜନା ଓ ପ୍ରକଳ୍ପର ସମ୍ଭାର ଭେଟିଦେବେ ନବୀନ ପଟ୍ଟନାୟକ । ସେହିଭଳି ବିଏସକେୱାଇ କାର୍ଡ ଓଡିଶାବାସୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । କଲେଜ ଛାତ୍ରଛାତ୍ରୀଙ୍କୁ ନୂଆ ଓ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଏହି ସବୁ ଯୋଜନାକୁ ଆପଣମାନଙ୍କୁ ପ୍ରତି ଲୋକଙ୍କ ପାଖକୁ ପହଞ୍ଚାଇବାକୁ ପଡିବ ବୋଲି କହିଥିଲେ । ଅପରପକ୍ଷେ ବିଜେପି ସରକାର ଯାହା କହନ୍ତି ତାର ଓଲଟା କରନ୍ତି । ଗତ ନିର୍ବାଚନରେ ୧୫ ଲକ୍ଷ୍ୟ ଟଙ୍କା ଦେବାକୁ କହିଥିଲେ । କୃଷିବୀମା କଥା କହିଥିଲେ କିନ୍ତୁ କିଛିବି ମିଳୁନି । ତେଣୁକରି ସମୟ ଆସିଛି ବର୍ତ୍ତମାନ ସେହି ନେତାଙ୍କୁ ଉଚିତ ଜବାବ ଦେବା ବୋଲି କହିଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଜୁନ ୧୦ରେ ବିଜେପିର ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରଦେଇ ପ୍ରଣବ ପ୍ରକାଶ କହିଥିଲେ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି, ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବି କହିସାରିଛନ୍ତି ଜୁନ ୯ ତାରିଖରେ ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବ ହେବ । ଆମେ ତାଙ୍କୁ ନିମନ୍ତ୍ରଣ କରିବୁ ଉପସ୍ଥିତ ରହିବା ପାଇଁ ବୋଲି କହିଥିଲେ ।
କସେଇବାହାଲରେ କାର୍ଯ୍ୟକ୍ରମ ସାରିବା ପରେ ପହଞ୍ଚିଥିଲେ କୁଚିଣ୍ଡା ବ୍ଳକ କର୍ମକର୍ତ୍ତାଙ୍କ ସମ୍ମିଳନୀ କାର୍ଯ୍ୟକ୍ରମରେ । ବକ୍ସମା ଫୁଟବଲ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ଯମନକିରା ବ୍ଲକର କର୍ମକର୍ତ୍ତା ମାନଙ୍କ ସମ୍ମିଳନୀରେ ଯୋଗଦେଇଥିଲେ । ଯମନିକିରା ସ୍ଥିତ ଗୁଣ୍ଡୁରୁଚୁଆଁ ଠାରେ ମଧ୍ୟ କର୍ମୀ ମାନଙ୍କୁ ନିର୍ବାଚନୀ ମନ୍ତ୍ର ଦେବା ସହିତ ଆପଣମାନେ ହିଁ ଦଳର ସ୍ତମ୍ଭ ବୋଲି ସମ୍ବୋଧନ କରିଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ପ୍ରଣବ ପ୍ରକାଶ ଦାସଙ୍କ ସହିତ କୁଚିଣ୍ଡା ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ ଓ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜିତ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।