Pratidin TV

Odisha's Digital News Platform

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ପ୍ରସନ୍ନ ଆଚାର୍ଯ୍ୟ

1 min read

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାନସଭାର ବିଜେଡି ପ୍ରାର୍ଥୀ ହେବା ପରେ ଆଜି ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ l ଆଜି ଭୁବନେଶ୍ୱରରୁ ବାହାରି ନିଜ ବିଧାନସଭା ରେଢ଼ାଖୋଲକୁ ପହଞ୍ଚିବା ପରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢ଼ାଖୋଲ ବିଜେଡି କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହାସହ ରେଢ଼ାଖୋଲରୁ ସମ୍ବଲପୁର ଆସିବା ରାସ୍ତାର ବିଭିନ୍ନ ସ୍ଥାନମାନଙ୍କରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମର୍ଥକ ଏବଂ ବିଜେଡି କର୍ମକର୍ତ୍ତା ମାନେ ତାଙ୍କୁ ସ୍ୱାଗତ କରିଥିଲେ l ପରେ ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁର ପହଞ୍ଚି ମା ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ l

ଏହି ଅବସରରେ ସେ କହିଥିଲେ ଯେ ମାଙ୍କ କୃପାରୁ ମୁଁ ସଡ଼କ ଦୁର୍ଘଟଣାରୁ ବର୍ତ୍ତୀ ପୁନର୍ବାର ଜୀବନ ପାଇଛି l 2009 ରେ ଜିତିଥିବା ସିଟ ରେଢ଼ାଖୋଲ ବିଧାନସଭାରୁ 10 ବର୍ଷ ପରେ ପୁଣି ନିର୍ବାଚନ ଲଢ଼ିବା କେତେ ସଂଘର୍ଷ ପୂର୍ଣ୍ଣ ରହିବ ସେ ପ୍ରସଙ୍ଗ ନେଇ ସେ କହିଥିଲେ ଯେ କୌଣସି ନିର୍ବାଚନକୁ ମୁଁ ସହଜ ଭାବେ ଗ୍ରହଣ କରେନାହିଁ l ନିର୍ବାଚନ ମୈଦାନ ରେ ଓଲ୍ହେଇଲେ ନିଶ୍ଚିତ ତାକୁ ଗୁରୁତ୍ୱ ସହ ନିଏ l ଏଭରୀ ଫାଇଟ ଇଛ ବିଗ ଫାଇଟ l ସମ୍ବଲପୁର ରୁ ଲଢ଼ିବା ନେଇ ସେ କହିଥିଲେ ଯେ ସେ ଦଳର ଜଣେ ଅନୁଗତ କର୍ମୀ ଦଳ ଯେତେ ବେଳେ ଯାହା ଦାଇତ୍ୱ ଦେଇଛି ତାକୁ ମୁଁ ଆନ୍ତରିକ ସହ କରିବା ପାଇଁ ଚେଷ୍ଟା କରିଥିବା କହିଛନ୍ତି l ବର୍ତ୍ତମାନ ଏବେ ଦଳ ମତେ ଯେଉଁ ଗୁରୁ ଦାଇତ୍ୱ ଦେଇଛି ତାକୁ ନିର୍ବାହ କରିବା ପାଇଁ ଚେଷ୍ଟା କରିବି l ପ୍ରଗତି ଓ ବିକାଶ ହିଁ ମୁଖ୍ୟ ମୁଦ୍ଦା ଚଳିତ ନିର୍ଵାଚନ ରେ ରହିବ ବୋଲି ସେ କହିଥିଲେ l

Advertisement

Leave a Reply

Your email address will not be published. Required fields are marked *