Pratidin TV

Odisha's Digital News Platform

ବିଜେଡି ଛାଡ଼ିବେ ପ୍ରସନ୍ନ ପାଟ୍ଟଶାଣୀ , ଦିଲ୍ଲୀ ନୁହେଁ ଭୁବନେଶ୍ୱର ରେ ଧରିବେ ପଦ୍ମ!

1 min read

ରାଜ୍ୟ ରାଜନୀତିରେ ଜଣେ ପୁରୁଖା ନେତା । ବିଜେଡିର ଆଗଧାଡିର ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ଏବ ବିଜେଡି ଛାଡି ହେବେ କି ବିଜେପି ରେ ସାମିଲ । କାରଣ ଆଜି ପ୍ରସନ୍ନ ପାଟ୍ଟଶାଣୀ ବିଜେପି ଗସ୍ତ କରିଥିବା ସୂଚନା ମିଳିଛି । ଏହି ସୂଚନା ମିଳିବା ପରେ ସମସ୍ତେ ଭାବୁଛନ୍ତି ଦୀର୍ଘଦିନର ସମ୍ପର୍କ ତୁଟାଇ ଶଙ୍ଖ ଛାଡି ପଦ୍ମ ଧରିବେ ପ୍ରସନ୍ନ ପାଟ୍ଟଶାଣୀ । ଏଥର ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରୁ ଅନେକ ପୁରୁଖା ନେତା ଗୃହତ୍ୟାଗ କରିଛନ୍ତି । ବିଜେଡି ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଛନ୍ତି ଚିହ୍ନା ଚେହେରା । ଏବେ ବିଜେଡି ପକ୍ଷରୁ ୫ ଥର ସାଂସଦ ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଏହି ତାଲିକାରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ଆଜି ପ୍ରସନ୍ନ ପାଟ୍ଟଶାଣୀ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଛି । ବିଜେପି ରେ ସାମିଲ ହେବା ପାଇଁ ସେ ଦିଲ୍ଲୀ ଗସ୍ତ କରିଥିବା ଚର୍ଚ୍ଚା ହେଉଛି । ୧୯୯୮ରୁ ୨୦୧୯ ଯାଏଁ ସେ ଭୁବନେଶ୍ୱରର ସାଂସଦ ଭାବେ ବିଜୟୀ ହୋଇଥିଲେ । କିନ୍ତୁ ୫ ଥର ବିଜୟୀ ହେବା ପରେ ବି ୨୦୧୯ରେ ଦଳ ତାଙ୍କ ଉପରେ ଭରସା ନକରି ଅରୂପ ପଟନାୟଙ୍କୁ ଭରସା କରି ତାଙ୍କୁ ଟିକେଟ୍ ଦେଇଥିଲା, ଅବଶ୍ୟ ଏଥିରେ ଅରୂପଙ୍କୁ ପରାଜୟ ମିଳିଥିଲା । ୨୦୨୪ରେ ମଧ୍ୟ ପ୍ରସନ୍ନଙ୍କୁ ଦଳରୁ ଟିକେଟ୍ ମିଳିନାହିଁ । ଏହାବ୍ୟତୀତ ରାଜ୍ୟସଭା ପାଇଁ ତାଙ୍କ ମନରେ ଆଶା ଥିବାବେଳେ ଏଥିପାଇଁ ମଧ୍ୟ ତାଙ୍କୁ ସୁଯୋଗ ଦିଆଯାଇନଥିଲା ।

Advertisement

ତେବେ ଚଳିତ ଥର ବିଧାନସଭା ନିର୍ବାଚନ ପାଇଁ ଚିଲିକାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ କିଛି ଦିନ ପରେ ଏ ଚର୍ଚ୍ଚା ଥମି ଯାଇଥିଲା । ନିକଟରେ ପାଟ୍ଟଶାଣୀଙ୍କ କ୍ୱାଇଁ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ତେଣୁ ପାଟ୍ଟଶାଣୀ ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏନେଇ କୌଣସି କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *