Pratidin TV

Odisha's Digital News Platform

ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ 

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ | ଭଞ୍ଜନଗର ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁ ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ ଅଜିତାଙ୍କ ଘରେ ଚଢାଉ କରିଛ । ଏକା ସମୟରେ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି। ଭଞ୍ଜନଗରରେ ୭ଟି ଘର ଓ କାର୍ଯ୍ୟାଳୟ , ବ୍ରହ୍ମପୁର ତୁଳସି ନଗର, ବେଲଗୁଣ୍ଠା ବ୍ଲକ ଲୁଦଲୁଦି ବାସଭବନରେ ଚଢାଉ ହୋଇଛି।ଚୁଡାନ୍ତ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଶ୍ରୀସ୍ୱାଇଁଙ୍କ କେତେ ସମ୍ପତ୍ତି ଅଛି। ଚଢ଼ାଉରେ ୭ଜଣ ଡିଏସପି, ୫ ଜଣ ଇନିଶିପେକ୍ଟର ସାମିଲ ଅଛନ୍ତି।

ରଘୁନାଥ ବିହାରରେ ଥିବା ଜଣେ ସଂପର୍କୀୟଙ୍କ ଘର, ବାଗଦେବୀ ରୋଡରେ ଥିବା ତାଙ୍କର ଜଣେ ଭାଇଙ୍କ ଘର,ଭଞ୍ଜନଗର ଅଫିସ୍ ଓ ଲୁଡୁଲୁଡିରେ ଥିବା ପୈତୃକ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।  ଚଢ଼ାଉରେ ୭ ଜଣ ଡିଏସପି,୫ ଜଣ ଇନ୍ସପେକ୍ଟର ଓ ଏଏସଆଇ ସାମିଲ୍ ହୋଇଛନ୍ତି ।

ପ୍ରସନ୍ନ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛନ୍ତି।  ବ୍ରହ୍ମପୁର ଓ ଫୁଲବାଣୀର ଭିଜିଲାନ୍ସ କର୍ମଚାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି । 

Leave a Reply

Your email address will not be published. Required fields are marked *