ଶଙ୍ଖ ଛାଡି ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟସାଣୀ ..
1 min readଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଇଗଲା ବିଜେଡି ଛାଡି ବିଜେପିର ହାତ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ । ଦିଲ୍ଲୀ ଗସ୍ତ ସମୟରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବର୍ତ୍ତମାନ କାନ୍ଧରେ ବିଜେପି ଉତରୀୟ ପକାଇଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଫଟୋ ସାମ୍ନାକୁ ଆସିଛି । ଦିଲ୍ଲୀରେ ନବ ନିର୍ବାଚିତ ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ ସହ ରହିଥିବା ଥିବା ଫଟୋ ଏବେ ସୋସିଆଲ ମିିଡିଆରେ ଭାଇରଲ ହେବାରେ ଲାଗିଛି । ପ୍ରସନ୍ନ ପାଟ୍ଟଶାଣୀ ୫ଥର ସାଂସଦ ଭାବେ ନିର୍ବାଚନ ଜିତିସାରିଛନ୍ତି।
୧୯୯୮ରୁ ୨୦୧୯ ଯାଏଁ ସେ ଭୁବନେଶ୍ୱରର ସାଂସଦ ଭାବେ ବିଜୟୀ ହୋଇଥିଲେ। ସେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ। ୨୦୨୪ ଓ ୨୦୧୯ରେ ବିଜେଡି ଟିକେଟ ଆଶାୟୀ ଥିଲେ ପ୍ରସନ୍ନ ପାଟ୍ଟଶାଣୀ । ହେଲେ ତାଙ୍କୁ ଟିକେଟ ଦେଇନଥିଲା ଦଳ । ଯାହାପରେ ସେ ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ଏବଂ ଦୀର୍ଘ ଦିନର ସମ୍ପର୍କ ତୁଟାଇ ବିଜେଡି ର ହାତ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ଯାହା ଆଜି ସତ ହୋଇଗଲା ।