Pratidin TV

Odisha's Digital News Platform

ପୁଣି ବିବାଦରେ ପ୍ରଶାନ୍ତ ଜଗଦ୍ଦେବ ,ରାମନବମୀ ଶୋଭାଯାତ୍ରାରେ ପୋଲିସ କର୍ମୀଙ୍କୁ ଦେଖାଇଲେ ନାଲିଆଖି ..

1 min read

ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ । ପୁଣି ଥରେ ଦାଦାଗିରି କରି ଚର୍ଚ୍ଚାକୁ ଆସିଛନ୍ତି । ଏଥର ସାଧାରଣ ଜନତା କିମ୍ବା ସମ୍ବାଦିକଙ୍କୁ ନୁହେଁ ସିଧା ପୋଲିସ ବାବୁଙ୍କୁ ନାଲିଆଖି ଦେଖାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଯେମିତି ଲାଗୁଛି ହିଂସାତ୍ମକ ଆଚରଣ କରିବାକୁ ସେ ପାଇଛନ୍ତି ଲାଇସେନ୍ସ । କିଛିଦିନ ତଳେ ଖୋର୍ଦ୍ଦା ଟାଙ୍ଗୀ ବ୍ଲକ ଛଣଗିରିରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରି ବିବାଦରେ ଫସିଥିବା ବେଳେ ଏବେ ପୁଣିଥରେ ଟାଙ୍ଗିରେ ତାଙ୍କର ଦାଦାଗିିରି ଦେଖିବାକୁ ମିଳିଛି ।

ବାରମ୍ବାର ଖୋର୍ଦ୍ଦା ନିର୍ବାଚନ ମଣ୍ଡଳୀରେ ଧସେଇ ପସି ଲୋକଙ୍କୁ ଆକ୍ରମଣ କରି ବିବାଦରେ ପ୍ରଶାନ୍ତ ଜଗଦ୍ଦେବ । ସୂଚନାନୁଯାୟୀ ଶ୍ରୀରାମନବମୀ ଉପଲକ୍ଷେ ଗାଁଗାଁ ରେ ଉତ୍ସବ ପାଳିତ ହେଉଥିବା ବେଳେ , ଏହି ଅବସରରେ ଟାଙ୍ଗୀ ଚାନ୍ଦପୁର କନ୍ଦ ନୟାଗଡ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

Advertisement

ତେବେ ଟାଙ୍ଗୀ କଲେଜ ଛକରେ ଜବରଦସ୍ତ ଶୋଭାଯାତ୍ରାରେ ପ୍ରଶାନ୍ତ ଜଗଦ୍ଦେବ ତାଙ୍କ ସହ ଯୋଗୀ ପଶୁଥିବା ବେଳେ ଏହାକୁ ସୁରକ୍ଷା ମଞ୍ଚ ବିରୋଧ କରିଥିଲେ । ଏହାପରେ ବିଧାୟକଙ୍କ ସହଯୋଗୀ ଏବଂ ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଠେଲାପେଲା ହେଲା । ଯୁବଗୋଷ୍ଠୀମାନେ ଏହା ରାଜନୈତିକ ଶୋଭାଯାତ୍ରା ନୁହେଁ ଏହା ଧାର୍ମିକ ଶୋଭାଯାତ୍ରା ହେଲେ ଯୁବଗୋଷ୍ଠୀଙ୍କ କଥା ନଶୁଣି ଶୋଭଯାତ୍ରାରେ ସାମିଲ ହେବାକୁ ଜିଦ୍ଦ ଧରିଥିଲେ ପ୍ରଶାନ୍ତ ଜଗଦ୍ଦେବ । ଯାହାଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏପରିକି ଡ୍ୟୁଟିରେ ଥିବା ପୋଲିସ ଅଧିକାରୀଙ୍କୁ ମଧ୍ୟ ନାଲିଆଖି ଦେଖାଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଆଉ ଶେଷରେ ବିଧାୟକ ନିଜ ଭୁଲ୍ ବୁଝି କ୍ଷମା ପ୍ରାର୍ଥନା କରି ଶୋଭାଯାତ୍ରାରୁ ଚାଲି ଯାଇଥିଲେ । ପ୍ରଶାନ୍ତ ଜଗଦ୍ଦେବଙ୍କ ଏପରି ଗୁଣ୍ଡାଗିରିକୁ ସବୁ ମହଲରୁ ନିନ୍ଦା କରାଯାଉଥିବା ବେଳେ ବିଜେଡି ଏହାକୁ ନେଇ ମୁଖ୍ୟ ନିର୍ବାଚନ ଆୟୋଗ ଅଫିସରେ ଫେରାଦ ହୋଇଛି ।

Leave a Reply

Your email address will not be published. Required fields are marked *