Pratidin TV

Odisha's Digital News Platform

ଖବର ସଂଗ୍ରହ ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୃବ୍ୟବହାର କଲେ ପ୍ରଶାନ୍ତ ଜଗଦ୍ଦେବ ..

1 min read

ସଂସାଦଙ୍କ ପଦଯାତ୍ରାରେ ପ୍ରଶାନ୍ତ ଜଗଦ୍ଦେବ ଦେଖାଇଲେ ଦବଙ୍ଗଗିରି । କାର୍ଯ୍ୟରତ ସାମ୍ବାଦିକଙ୍କୁ ସର୍ବସମ୍ମୁଖରେ କଲେ ଆକ୍ରମଣ । ସୂଚନାନୁଯାୟୀ ଖୋର୍ଦ୍ଦା ନିର୍ବାଚନ ମଣ୍ଡଳୀ ଛଣଗିରିରେ ଜନ ସମ୍ପର୍କ ପଦ ଯାତ୍ରାରେ ଗ୍ରାମବାସୀଙ୍କ ସହ ହାତାହାତି ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ସେହି ସମୟରେ ଖବର ପ୍ରସାରଣ କରୁଥିବା ସମ୍ବାଦିକଙ୍କୁ ପ୍ରଶାନ୍ତ ଜଗଦ୍ଦେବ ଧମକ ଦେବା ସହିତ ସାମ୍ବାଦିକ ପ୍ରକାଶ ହାତୀଙ୍କ ହାତରୁ ମୋବାଇଲ ଛଡାଇ କରିଥିଲେ ଦୃବ୍ୟବହାର। ଏପରି ଦାଦାଗିରି ଦେଖାଇବା ପ୍ରଶାନ୍ତଙ୍କ ପାଇଁ ନୁହେଁ । ସବୁଥର ପରି ଏଥର ମଧ୍ୟ ନିର୍ବାଚନ ମୈଦାନରେ ଗୁଣ୍ଡାଗିରି କରିଛନ୍ତି ଚିଲିକାର ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ । ତେବେ ପ୍ରକାଶ ହାତୀ ଖୋର୍ଦ୍ଦା ଜିଲ୍ଲା କର୍ମଜୀବି ସଂଘର ପ୍ରତିନିଧି ଏବଂ ଏକ ଗଣମାଧ୍ୟମରେ ଖୋର୍ଦ୍ଦା ଜିଲ୍ଲାର ପ୍ରତିନିଧି ଅଟନ୍ତି । ପ୍ରଶାନ୍ତଙ୍କ ଏପରି ଅପବ୍ୟବହାର ନେଇ ସାମ୍ବାଦିକ ଜଙ୍କିଆ ଥାନାରେ ଏତଲା ଦେଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *