Pratidin TV

Odisha's Digital News Platform

ଲେଖାଶ୍ରୀଙ୍କ ସମର୍ଥନରେ ପ୍ରତାପ , କହିଲେ ବାଲେଶ୍ୱରରେ ୮ ରୁ ୮ ସିଟ ଜିତିବ ବିଜେଡ଼ି…

ବିଜୁ ଜନତା ଦଳର ବାଲେଶ୍ଵର ସାଂସଦ ପାର୍ଥିନୀଙ୍କ ନୂତନ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ହୋଇଛି । ସହରସ୍ଥିତ ତାମୁଳିଆ ଫ୍ଲାଏ ଅଭରବ୍ରିଜ ନିକଟ ପାମ ଗାର୍ଡେନରେ ଏହି କାର୍ଯ୍ୟାଳୟ ଉଦଘାଟନ କରାଯାଇଛି। ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ ଯୋଗଦେଇ ଏହି କାର୍ଯ୍ୟାଳୟ ଉଦଘାଟନ କରିଥିଲେ । କିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଏନେଇ ସମସ୍ତ ନେତା ଓ କର୍ମୀଙ୍କୁ ବାର୍ତା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ଗୁଡିକ ଘରେ ଘରେ ପହଞ୍ଚାଇ ଉଭୟ ବିଧାୟକ ଓ ସାଂସଦ ପାର୍ଥିଙ୍କୁ ବିଜୟ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହା ସହିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ ବିଜେଡି ନେତା ପ୍ରତାପ କେଶରୀ ଦେବ ।

ସେ କହିଛନ୍ତି ବିଜୁ ଜନତା ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ପୁରାପୁରି ପ୍ରସ୍ତୁତ । ଆମ ଦଳ ଏକ ଆମ ମନ ଏକ ଆମ ପ୍ରାଣ ଏକ । ବାଲେଶ୍ୱରରେ ବିଜୁ ଜନତା ଦଳ ୮ ରୁ ୮ ସିଟ ଜିତିବା ସହିତ ପାର୍ଲିଆମେଣ୍ଟ ସିଟ ମଧ୍ୟ ଜିତିବ । ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଆ ଅସ୍ମିତାର କାର୍ଯ୍ୟ କେବଳ ନବୀନ ସରକାରଙ୍କ ଦ୍ଵାରାହିଁ ହୋଇଛି । ବିରୋଧୀ ଦଳ ଯେଉଁ ଡିଣ୍ଡିମ ପିଟୁଛି ତାହା କେବଳ ପ୍ରହସନ । କାରଣ ଆଗରୁ କେବେ ଓଡ଼ିଆ ଅସ୍ମିତାର କଥା କହିଥାନ୍ତି ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାକୁ ନେଇ ମିଛ ଡିଣ୍ଡିମ ପିଟୁଛନ୍ତି । ବିଜେଡି ଅନୁଶାସନ ଭିତରେ ଚାଲିଛି , ମତାନ୍ତର ମନାନ୍ତର ରହିଛି ହେଲେ ବିଜେଡି ଦଳ ର କର୍ମୀ ସବୁବେଳେ ଏକ ହୋଇ ରହିଛନ୍ତି । ତା ସହିତ ପ୍ରଧାନମନ୍ତ୍ରୀଙ୍କ ବିଜେଡିର ଏକ୍ସପାରୀ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ପ୍ରତାପ ଦେବ କହିଛନ୍ତି , ବିଜେଡିର କ୍ଷତିକୁ ବିଜେପି ଅପେକ୍ଷା କରିଛି । ୨୦୧୪ ନିର୍ବାଚନରେ ମଧ୍ଯ ପ୍ରଧାନମନ୍ତ୍ରୀ ସେହି ସମାନ କଥା କହିଥିଲେ। ଏଥର ନବୀନ ବାବୁ ଯାଉଛନ୍ତି । ସେମିତି ଏଥର ବି ନିର୍ବାଚନ ଆସିଛି । ସେମିତି ଏଥର ମଧ୍ଯ ସେମାନେ ସରକାର ଗଢିବେ ବୋଲି କହୁଛନ୍ତି । ଯାହାକି ଦିବାସ୍ବପ୍ନ ବୋଲି କହିଛନ୍ତି ବିଜେଡି ନେତା ପ୍ରତାପ ଦେବ । ଏହି କ୍ରଯ୍ୟକ୍ରମରେ ପ୍ରତାପ ଦେବଙ୍କ ସହିତ ସାଂସଦ ପାର୍ଥିନୀ ଲେଖାଶ୍ରୀ ସାମନ୍ତ ସିଂହାର, ସଦର ବିଧାୟକ ପାର୍ଥି ତଥା ବିଧାୟକ ସ୍ବରୁପ କୁମାର ଦାସ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *