Pratidin TV

Odisha's Digital News Platform

କେନ୍ଦ୍ରାପଡା ଜନସଭାରେ ରଣହୁଙ୍କର ସହ ଆହ୍ୱାନ ଦେଲେ ପ୍ରତାପ କିଶୋର ଦେବ

1 min read

ଓଡ଼ିଶାରେ ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ | ଚତୁର୍ଥ ପର୍ଯ୍ୟାୟ ପାଇଁ ଚାଲିଛି ଜୋରସୋର ପ୍ରଚାର | ଏହାରି ମଧ୍ୟରେ କେନ୍ଦ୍ରାପଡାରେ ରଣହୁଙ୍କାର ଦେଲେ ପ୍ରତାପ, ଅଙ୍କିତ ଓ ଅଂଶୁମାନ | କେନ୍ଦ୍ରାପଡା ଜନସଭା ନିର୍ବାଚନୀ ପ୍ରଚାରରେ ଯୋଗ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ |

ତେବେ କେନ୍ଦ୍ରାପଡା ଜନସଭାରେ ରଣହୁଙ୍କର ସହ ଆହ୍ୱାନ ଦେଇ ପ୍ରତାପ ଦେବ କହିଥିଲେ, ପ୍ରଧାନମନ୍ତ୍ରୀ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ଓଡିଶା ଉପରେ ନଜର ରଖିଛନ୍ତି | ପ୍ରତାପ କହିଥିଲେ ପୁଣି ଏକ ଆହ୍ୱାନ ଆସୁଛି, ୧୯୫୨ ମସିହାରୁ ଆଜି ପର୍ଯ୍ୟନ୍ତ ଆମେ ପ୍ରମାଣ କରି ଆସିଛୁ ଗୋଟିଏ ଖଟରେ ରହିଛୁ, ଗୋଟିଏ ମତ ଦେଇଛୁ, ଆଗକୁ ମଧ୍ୟ ଗାଟିଏ ମତ ଦେବୁ | ସ୍ବର୍ଗତଃ ବିଜୁ ପଟ୍ଟନାୟକ ଠାରୁ ଆରମ୍ଭ କରି ନବୀନ ବାବୁ ପର୍ଯ୍ୟନ୍ତ କେନ୍ଦ୍ରାପଡା ମାଟିର କଥା ଏକ ଜବାବ ଏକ |

Advertisement

ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସକୁ ଦେଇଛନ୍ତି କଡା ଜବାବ | ଶିଳ୍ପାୟନ ଆରମ୍ଭ କରିବାକୁ ନେଇ ଜବାବ ଦେଲେ ପ୍ରତାପ | କହିଲେ ଶିଳ୍ପାୟନ କରିବା ଲୋକ ତ ଆମ ପାଖରେ ବସିଛି | ସେ ଆହୁରି କହିଥିଲେ, ରେଳ ଲାଇନ କଲା ଜଣେ ଵାସୁରୀ ବଜାଇଲା ଜଣେ | ଠିକ ସେହିପରି ଭାବରେ ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲାରେ ଶୀପ ମଞ୍ଜି ପୋତିଥିବା ମହାନାୟକ ମୁଖ୍ୟମନ୍ତ୍ରୀ ଆଜି ଭିତ୍ତଭୂମି ସ୍ପଷ୍ଟକ ଭବେଆରମ୍ଭ କରିସାରିବା ପରେ ଏହି କେନ୍ଦ୍ର ସରକାର ଆସିଛନ୍ତି ପୁଣି କହିବାକୁ କି ଆମେ କରିଦେବୁ | ପ୍ରତାପ ବିଜେପିକୁ ଟାର୍ଗେଟ କରି କହିଥିଲେ, ଏହା ଭାରତୀୟ ଜନତା ପାର୍ଟି ନୁହେଁ ଭାରତୀୟ ଯାତ୍ରା ପାର୍ଟି |

Leave a Reply

Your email address will not be published. Required fields are marked *