Pratidin TV

Odisha's Digital News Platform

ପ୍ରତାପ ଷଡଙ୍ଗୀ -ପ୍ରଦୀପ ପାଣିଗ୍ରାହୀ ଆଗରେ , ଲେଖାଶ୍ରୀ ପଛୁଆ ।

ବିଜେପି ହାତରେ ଏଥର ଶିକା ଛିଡିଲା ଲେଖାଶ୍ରୀଙ୍କ ଭାଗ୍ୟ । ପ୍ରଥମ ଗଣତି ଫଳାଫଳ ଅନୁଯାୟୀ ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିଜେପି ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛି ବିଜେଡି।

ଉଭୟ ବାଲେଶ୍ୱର ଓ ବ୍ରହ୍ମପୁର ଲୋକସଭା ଆସନରେ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ । ବାଲେଶ୍ୱରରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତରାୟ। ଲେଖାଶ୍ରୀ ବିଜେପି ଛାଡ଼ି ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ମାତ୍ର ପ୍ରତାପ ଷଡଙ୍ଗୀଙ୍କ ଉପରେ ଭୋଟରମାନେ ତାଙ୍କଠୁ ଅଧିକ ବିଶ୍ୱାସ କରିଥିବା ଦେଖିବାକୁ ମିଳୁଛି।

ସେହିଭଳି ବ୍ରହ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗରେ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।

Leave a Reply

Your email address will not be published. Required fields are marked *