Pratidin TV

Odisha's Digital News Platform

(ଭିଡିଓ)ମନୋଜଙ୍କୁ ଚ୍ୟାଲେଞ୍ଜ କଲେ ସନଲିଶା, କହିଲେ ଦରକାର ପଡିଲେ ବିଧାନସଭା ଆଗରେ ଯାଇ ଧାରଣା ଦେବି..

ଭୁବନେଶ୍ୱର : ଓଲିଉଡ କଳିରେ ବଳି ପଡିଛି ଓଡିଆ ଫିଲ୍ମ ପ୍ରଥା । ଯାହାର ପୋଷ୍ଟର ଚିରା ଦେଇଥିଲେ ଅଭିନେତା ମନୋଜ ମିଶ୍ରଙ୍କ ପ୍ରଶଂସକ । ତେବେ ଏନେଇ ସେକ୍ରେଟେରିଏଟ ଯାଇ ଫିଲ୍ମକୁ ନ୍ୟାୟ ଦେବା ସହ ସମସ୍ତ ହଲରେ ଫିଲ୍ମକୁ ଚଲାଇବାକୁ ଅନୁମତି ମାଗିଥିଲେ ଫିଲ୍ମର ପ୍ରଯୋଜକ ତଥା ଅଭିନେତ୍ରୀ ସନଲିଶା ପଟେଲ । ଖୁବଶୀଘ୍ର ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ହେମନ୍ତ ଶର୍ମା ତାଙ୍କୁ କହିଥିଲେ । ଯଦି ଅଭିନେତ୍ରୀଙ୍କୁ ନ୍ୟାୟ ନମିଳେ ତେବେ ସେ ବିଧାନସଭା ସମ୍ମୁଖରେ ଧାରଣା ଦେବେ କହିଛନ୍ତି । ଦୀପାବଳୀ ଭିତରେ ଯଦି ସମାଧାନ ନହୁଏ ତେବେ ଆସନ୍ତା ନଭେମ୍ବର ୨୩ ତାରିଖରୁ ନ୍ୟାୟ ପାଇଁ ବିଧାନସଭା ସାମ୍ନାରେ ପ୍ରତିବାଦ ସହ ଧାରଣାରେ ବସିବେ ସନଲିଶା । ଏଥିସହ ଓଲିଉଡ ବିବାଦ ଯୋଗୁ ଯେଉଁ ଫିଲ୍ମ ନିର୍ମାତଙ୍କ କ୍ଷତି ହୋଇଛି, ସେମାନେ ତାଙ୍କ ସହ ଧାରଣାରେ ବସିବାକୁ ସେ ଆହ୍ୱାନ କରିଛନ୍ତି । ପୋଷ୍ଟର ଚିରା ଘଟଣାରେ ପ୍ରଯୋଜକ ସଂଘ ପୁଲିସ ଡିଜି ଏବଂ ଏସପିଙ୍କୁ ଚିଠି ଲେଖିବାକୁ ଅନୁରୋଧ କରିଛନ୍ତି ସନଲିଶା । ଓଲିଉଡ କଳାକାରଙ୍କ ବିବାଦ ଯୋଗୁ ପ୍ରଥା ଫିଲ୍ମର ପୋଷ୍ଟରକୁ ଝାରସୁଗୁଡାରେ ଚିରିଦେଇଥିଲେ କୋଶଳ ସେନାର କର୍ମୀ । ଏପରିକି ପଶ୍ଚିମ ଓଡ଼ିଶାରେ ଫିଲ୍ମ ଚାଲିବାକୁ ଦେଇନଥିଲେ । ପରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଅଭିଯୋଗ କରିଛନ୍ତି ସନଲିଶା । ଓଡିଆ ଫିଲ୍ମ କୁ ଆଗକୁ ନେବାକୁ ଯେଉଁ ମାନେ ଚାହୁଁଛନ୍ତି ତେବେ ସେମାନେ ବାହାରକୁ ବାହାରି ଏଥିରେ ସାମିଲ ହୁଅନ୍ତୁ ।

Leave a Reply

Your email address will not be published. Required fields are marked *