Pratidin TV

Odisha's Digital News Platform

ପ୍ରଦୂଷଣ ହ୍ରାସ ପାଇଁ ‘ପ୍ରତିଦିନ’ର ଏକ ଭିନ୍ନ ପ୍ରୟାସ- ‘ଗଡିଲା ପ୍ରତିଦିନର ୩ ଇଲେକଟ୍ରିକ୍ ଭେଇକିଲ୍’

1 min read

ଭୁବନେଶ୍ୱର : ପ୍ରଦୂଷଣ ବୃଦ୍ଧି ଏବେ ରାଜ୍ୟ ତଥା ଦେଶ ପାଇଁ ଏକ ବଡ ସମସ୍ୟାର ବିଷୟ ପାଲଟିଛି । ତେଣୁ ବର୍ତ୍ତମାନ ସମୟର ସବୁଠାରୁ ବଡ ଆବଶ୍ୟକତା ସଡକରେ ଇଲେକଟ୍ରିକ୍ ଭେଇକିଲ୍ (ଇଭି)ର ପ୍ରଚଳନ କରି ପ୍ରଦୂଷଣକୁ ରୋକିବ ।
ଦେଖିବାକୁ ଗଲେ ଟ୍ରାନ୍ସପୋର୍ଟ ସେକ୍ଟରର ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ହିଁ ପ୍ରଦୂଷଣ ବୃଦ୍ଧି କରିଥାନ୍ତି । ବିଶ୍ୱ ସ୍ତରରେ ତୈଳଦର ବି ବୃଦ୍ଧି ପାଇଚାଲିଛି । ଦର ବୃଦ୍ଧି ସତ୍ତ୍ୱେ ଆବଶ୍ୟକତା ମେଣ୍ଟାଇବାକୁ ପର୍ଯ୍ୟାପ୍ତ ତୈଳ ଆମଦାନୀ କରିବାକୁ ପଡୁଛି । ବଧ୍ୟ ବାଧକତା ଦୃଷ୍ଟିରୁ ତୈଳ ଦର ବୃଦ୍ଧିର ପ୍ରଭାବ ସିଧା ଗ୍ରାହକଙ୍କ ଉପରେ ହିଁ ପଡୁଛି । ତୈଳ ଚାଳିତ ଯାନ କାରଣରୁ ପ୍ରଦୂଷଣର ମାତ୍ରାବି ବଢୁଛି । ଆମଦାନୀ ହେଉଥିବା ତୈଳରୁ ଏକ ବଡ ଭାଗ ଯାଉଛି ଟ୍ରାନ୍ସପୋର୍ଟ ସେକ୍ଟରକୁ । ସଡକରେ ଇଲେକ୍ଟ୍ରିକ୍ ଭେହିକିଲ୍ ସଂଖ୍ୟା ଯେତେ ବଢିବ ତୈଳ ଆମଦାନୀ ଚାପରୁ ଦେଶ ସେତେ ମୁକ୍ତ ହେବ । ତୈଳ ଦରର ପ୍ରଭାବରୁ ଗ୍ରାହକ ବି ମୁକ୍ତ ହେବେ ଏବଂ ପ୍ରଦୂଷଣର ମାତ୍ରା ସେତେ ହ୍ରାସ ହେବ ।

ପରିସ୍ଥିତିକୁ ଗୁରୁତ୍ୱ ଅନୁଭବ କରି ରାଜ୍ୟରେ ସବୁଠାରୁ ଅଧିକ ଗାଡି ଚଳାଚଳ ହେଉଥିବା ଭୁବନେଶ୍ୱରରେ ପ୍ରତିଦିନ ଓ ପ୍ରତିଦିନ ଟିଭି ଇଲେକଟ୍ରିକ୍ ଭେହିକଲ୍ର ବ୍ୟବସ୍ଥା କରିଛି । ଦୈନିକ ପ୍ରତିଦିନ ଓ ପ୍ରତିଦିନ ଟିଭିର ସମ୍ପାଦକ ସୁଧିର କୁମାର ପଣ୍ଡା କହିଛନ୍ତି । ଗଣମାଧ୍ୟମ ସମାଜର ଆଇନା , ପ୍ରଦୂଷଣ ହ୍ରାସ କରିବା , ତୈଳଚାପକୁ ନିୟନ୍ତ୍ରଣ ରଖିବା ପାଇଁ ଗଣ ମାଧ୍ୟମ ଏକ ଉଦାହରଣ ସୃଷ୍ଟି କରିବ ।

Advertisement

Leave a Reply

Your email address will not be published. Required fields are marked *