Pratidin TV

Odisha's Digital News Platform

ଆଶ୍ରମରେ ଚାଲିଛି ପ୍ରତିମା ଦିଦିଙ୍କ ରାଜ୍ ; ବତା ଫାଳିଆରେ ବାଡେଇ ପିଲାଙ୍କୁ କରୁଛନ୍ତି ଲହୁ ଲୁହାଣ ….

1 min read

ଭଦ୍ରକ ; ଗାନ୍ଧିବାଳା ଆଶ୍ରମ ରେ ସେବା ବଦଳରେ ମିଳୁଛି ମାଡ । ଆଶ୍ରମ ରେ ଚାଲିଛି ପ୍ରତିମା ଦିଦି ଙ୍କ ରାଜ । ପିଲା ଦୁଷ୍ଟାମୀ କଲେ ମାଡମାରି ମେଡିକାଲ୍ ରେ ପକାଇବାକୁ ଦାୟିତ୍ଵ ନେଇଛନ୍ତି ପ୍ରତିମା ଦିଦି । ସରକାରଙ୍କ ଶିଶୁସୁରକ୍ଷା ଆଇନ କୁ ଖୋଲାଖୋଲି ଉଲଂଘନ କରୁଛନ୍ତି କର୍ତ୍ତୃପକ୍ଷ ।

ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ , ସରକାରଙ୍କ ତରଫରୁ ଆଶ୍ରମ ରେ ପିଲାମାନଙ୍କ ପାଇଁ ସମସ୍ଥ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ପିଲାମାନଙ୍କ ଦାୟିତ୍ଵ ରେ ଅଛନ୍ତି ସେମାନେ ପିଲାମାନଙ୍କ ଯତ୍ନ ଓ ଦାୟିତ୍ୱ ନେବେ କଣ ଓଲଟା ମାଡ ମାରି ଗୋଡ ହାତ ଭାଙ୍ଗି ଦେଉଛନ୍ତି ଆଉ ଶେଷରେ ଅତ୍ୟାଚାର ସହି ନପାରି ପିଲାଟି ଆଶ୍ରମ ରୁ ପଳାଇ ଆସି ସାହାରା ଖୋଜୁଛି।

Advertisement

ସୁଚନା ମୁତାବକ ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅଧୀନ ରସିକାବାଜ୍ ଗ୍ରାମର ଶୁଭମ ସାହୁ ନାମକ ନାବାଳକ ଗତ ୨ ମାସ ହେବ ଭଦ୍ରକ ଗରଦପୁର ସ୍ଥିତ ଗାନ୍ଧୀବାଳା ଆଶ୍ରମରେ ରହି ପାଠ ପଢି ଆସୁଥିଲେ । ହେଲେ ସେଠାରେ ଯେଉଁମାନେ ଦାୟିତ୍ଵ ରେ ଅଛନ୍ତି ସେମାନଙ୍କର ମନମୁଖୀ ଶାସନ ପାଇଁ ନାବାଳକ ଶୁଭମ ଆଶ୍ରମ ଛାଡି ପଳାଇଆସିଛି ଯାହା ଆଶ୍ରମର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ଆଉ ସବୁଠାରୁ ବଡ କଥା ହେଉଛି ନାବାଳକ କୁ ଅତ୍ୟଧିକ ନିର୍ଯ୍ୟତନା ପରେ ହିଁ ସେ ଲୁଚି ପଳାଇ ଯାଇଥିବା ଅଭିଯୋଗ ହୋଇଛି ।

ସରକାର ଶିଶୁ ମାନଙ୍କ ସୁରକ୍ଷା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ନୂଆ ନୂଆ ଆଇନ ମଧ୍ୟ ଆଣୁଛନ୍ତି କିନ୍ତୁ ଆଇନ ମାନିବା ଲୋକ ହିଁ ଆଇନ ଭାଙ୍ଗୁଛନ୍ତି । ଗାନ୍ଧୀ ବାଳାଶ୍ରମ ରେ ପିଲାଏ ରହିଵା ପାଇଁ ସରକାରି ବ୍ୟବସ୍ତା ରହିଥିବା ବେଳେ ସେଠାରେ ଥିବା ପରିଚାଳକ ମାନଙ୍କର ମନମୁଖୀ କାର୍ଯ୍ୟ ପାଇଁ କେଉଁଠି ସରକାରୀ ଯୋଜନା ଏବେ ବାଟବଣା ହେବାକୁ ବସିଲାଣି ତ କେଉଁଠି ପିଲାଏ ଆଶ୍ରମ ରେ ରହିବା ବଦଳରେ ଲୁଚି ପଳାଉଛନ୍ତି । ତେବେ ଖବର ମୁତାବକ ଆଶ୍ରମର ପ୍ରତିମା ଦିଦି ବାଉଁଶ ଫାଳିଆରେ ଏପରି ବାଡେ଼ଇଛନ୍ତି ଯେ ପିଲା ସଳଖି ଚାଲିପାରୁନି ଏବଂ କିଛି ନଖାଇ କଥା ମଧ୍ୟ କହିପାରୁନି ତେବେ ମାଡ ଖାଇଥିବା ନାବାଳକ ଙ୍କୁ ପଚାରିବାରୁ ପ୍ରତିମା ଦିଦି ବତା ଫାଳିଆରେ ବାଡେଇ ଏମିତି ଅବସ୍ଥା କରିଛନ୍ତି ବୋଲି କହିଛି ।
ଏ ବାବଦରେ ଜିଲ୍ଳା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ପଚାରିବାରୁ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଥିବା ବେଳେ ଗାନ୍ଧୀ ଵାଳା ଆଶ୍ରମ ର ଅଧକ୍ଷ କହିଛନ୍ତି ଉକ୍ତ ଦିଦି ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଗାନ୍ଧୀବାଳା ଆଶ୍ରମ ସର୍ବପୁରାତନ ଆଶ୍ରମ ହୋଇଥିବା ବେଳେ ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ରହିଛି କିନ୍ତୁ ଏଭଳି ଏକ ଘଟଣା ନୁଆ ନୁହଁ ବରଂ ଆଗରୁ ମଧ୍ୟ ଅନେକ ବାର ହୋଇସାରିଛି । ଏଭଳି ଘଟଣା ଆଶ୍ରମ ର ପ୍ରତିଷ୍ଠା କୁ ହାନି ପହଂଚାଇବ ଏଥିରେ ସନ୍ଦେହ ନାହିଁ । ତେବେ ଆଶ୍ରମ ର ଏଭଳି ଘଟଣା ବାରମ୍ବାର ହେଉଥିବା ବେଳେ କେଉଁଠି ନା କେଉଁଠି ସରକାର ଙ୍କ ଶିଶୁ ସୁରକ୍ଷା ଆଇନ ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି ଆଉ ସବୁ ଦେଖି ଜାଣି ନିରବୀ ଯାଇଛନ୍ତି ଆଶ୍ରମର ଅଧକ୍ଷ ମହୋଦୟ । ଦେଖିବାକୁ ବାକି ରହିଲା ଏହି ଖବର ପ୍ରଶାସନ ର ଦୃଷ୍ଟି ଆକର୍ଷଣ ହେବା ପରେ ଦିଦି ଙ୍କ ବିରୋଧ ରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *