Pratidin TV

Odisha's Digital News Platform

ସତ ହେଉନାହିଁ ଭବିଷ୍ୟବାଣୀ, ବିଜେପି ବଦଳାଉ ଜ୍ୟୋତିଷ- କାର୍ତ୍ତିକ ପାଣ୍ଡିଆନ

ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ମନ୍ତବ୍ୟ ରଖିଲେ ପାଣ୍ଡିଆନ | ଓଡିଶା ଗସ୍ତରେ ଆସି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାଧାରଣ ସଭାରେ ଆସନ୍ତା ୬ ମାସ ମଧ୍ୟରେ ବିଜେଡିରେ ବଡ ଧରଣର ବିସ୍ଫୋରଣ ହେବ ବୋଲି କହିଥିଲେ | ପ୍ରଧାନମନ୍ତ୍ରୀଙ୍କ ଇଶାରା ବିଜେଡି ଉପରେ ଥିଲା | ତେଣୁ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏହାର ଉତ୍ତର ରଖିଛନ୍ତି |

ତେବେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଧାନମନ୍ତ୍ରୀଙ୍କ ବୟାନ ଉପରେ ମନ୍ତବ୍ୟ ରଖି କହିଛନ୍ତି, ବିଜେପି ସବୁବେଳେ ଏଇଟା ହେବ ସେଇଟା ହେବ ବୋଲି କୁହେ | କିନ୍ତୁ କିଛି ମଧ୍ୟ ହୁଏନି | ସେମାନେ ଯାହା ମଧ୍ୟ କୁହନ୍ତି ତାହା କେବେ ସତ ହୁଏ ନାହିଁ | ବିଜେପି ତା’ର ଜ୍ୟୋତିଷଙ୍କୁ ବଦଳାଉ | ବିଜେପି ଯେତେବେଳେ ବି କିଛି ଭବିଷ୍ୟବାଣୀ କରିଛି ତାହା ସତ ହୋଇନାହିଁ। ଏଣୁ ବିଜେପି ତା’ର ଜ୍ୟୋତିଷଙ୍କୁ ବଦଳାଉ ବୋଲି ସେ ଗୈରିକ ଦଳକୁ ପରାମର୍ଶ ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ୧୦ ବର୍ଷ କ୍ଷମତାରେ ଥାଇ ଓଡିଶାରେ କେତେ ରାସ୍ତା ତିଆରି କରିଛନ୍ତି | ଯଦି କୋଷ୍ଟାଲ ହାଇୱେ କରିଥାନ୍ତେ ତେବେ ଓଡ଼ିଶାର ଅନେକ ବିକାଶ ହୋଇଥାନ୍ତା। ଏ ସବୁ କିଛି କଲେ ନାହିଁ। କିନ୍ତୁ ନିର୍ବାଚନ ୧୦ ଦିନ ଆଗରୁ ଓଡିଶା କଥା ମନେ ପଡିଲା ଓ କିଛି ପ୍ରସଙ୍ଗ ଖୋଜି ଖୋଜି ବାହର କରିଛନ୍ତି।

ପାଣ୍ଡିଆନନ ଆହୁରି କହିଛନ୍ତି, ଓଡ଼ିଶାରେ ବିଜେପିର ସ୍ଥିତି ନାହିଁ । ଓଡ଼ିଶାକୁ କେମିତି ସଶକ୍ତ ରାଜ୍ୟ କରିବେ, ତାହା ଉପରେ କେବେ ବିତର୍କ କରୁ ନାହିଁ ବିଜେପି। ଭୋଟ ଆଦାୟ ପାଇଁ ବିଜେପି ଯେଉଁ ରାଜନୀତି ଓ ରଣନୀତି କରୁଛି ତାହା ସେମାନଙ୍କ ପାଇଁ ବୁମେରାଂ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିକୁ ସେବା ଭାବେ ଗ୍ରହଣ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ଓଡ଼ିଶାବାସୀ ତାହା ଭଲ ଭାବେ ଜାଣିଛନ୍ତି, ତେଣୁ ଉଚିତ୍ ଜବାବ ଦେବେ |

ସେ ଆହୁରି ଗୋଲ ପୋଷ୍ଟ ବିଷୟରେ କହି କହିଥିଲେ ବିଜେଡି କେବେ ମଧ୍ୟ ଗୋଲ ପୋଷ୍ଟ ବଦଳାଇ ନାହିଁ | ନିର୍ବାଚନ ୧ ବର୍ଷ ପୂର୍ବରୁ ମଧ୍ୟ ସମାନ, ନିର୍ବାଚନ ପ୍ରଥମ ପର୍ଯ୍ୟାୟ ହେଉ ଅବା ତୃତୀୟ ପର୍ଯ୍ୟାୟ ମଧ୍ୟ ସମାନ କେବଳ ଚତୁର୍ଥ ପର୍ଯ୍ୟାୟରେ ଆମର ଷ୍ଟ୍ରାଇକ ରେଟରେ ଅଧିକ ହେବ ୯0 ଥାରୁବ ୯୫ ପ୍ରତିଶତ | ସବୁ ମିଶିଲେ ବିଜେଡି ହିଁ ପାଇବ ବୋଲି କହିଥିଲେ ପାଣ୍ଡିଆନ |

Leave a Reply

Your email address will not be published. Required fields are marked *