Pratidin TV

Odisha's Digital News Platform

ପ୍ରୀତି ସୁଦାନ ହେଲେ  UPSC ଚେୟାରମ୍ୟାନ ..

1 min read

ୟୁନିୟନ ପବ୍ଲିକ ସର୍ଭିସ କମିଶନର ନୂଆ ମୁଖ୍ୟ ହେଲେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ପ୍ରୀତି ସୁଦନ ।୧୯୮୩ ବ୍ୟାଚ ଆଇଏଏସ ପ୍ରୀତି ସୁଦାନ UPSAC ର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେ ପ୍ରଶାସନିକ ସେବାରୁ ଅବସର ନେବା ପରେ 2022 ରୁ UPSCର ସଦସ୍ୟ ଭାବେ ସାମିଲ ହୋଇଥିଲେ । ନିକଟରେ ମନୋଜ ସୋନି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ପ୍ରୀତି ଏବେ ଆୟୋଗର ସର୍ବୋଚ୍ଚ ପଦ ଗ୍ରହଣ କରିବାକୁ ଯାଉଛନ୍ତି । ଆସନ୍ତାକାଲି ସେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିବେ । ସୂଚନାନୁଯାୟୀ ଜୁଲାଇ 20 ତାରିଖରେ‘ୟୁପିଏସି’ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ମନୋଜ ସୋନି ।

ବର୍ଷେ କି ଦୁଇ ବର୍ଷ ନୁହେଁ, ବରଂ କାର୍ଯ୍ୟକାଳ ଶେଷ ହେବାର ଦୀର୍ଘ 5ବର୍ଷ ପୂର୍ବରୁ ମନୋଜ ଆୟୋଗର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ତେବେ ଇସ୍ତଫା ପାଇଁ ସେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ । ଏହି ଇସ୍ତଫାର, ଜାରି ରହିଥିବା ବିବାଦ ସହ କୌଣସି ସମ୍ପର୍କ ନଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଥିଲା । ତେବେ ଏହାପରେ ୟୁନିୟନ ପବ୍ଲିକ ସର୍ଭିସ କମିଶନର ନୂଆ ମୁଖ୍ୟ ହୋଇଛନ୍ତି   ପ୍ରୀତି ସୁଦାନ।ପ୍ରୀତି ରାଜ୍ୟ ଓ କେନ୍ଦ୍ର ପ୍ରଶାସନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅବସ୍ଥାପିତ ହୋଇଛନ୍ତି । 37ବର୍ଷର ପ୍ରାଶାସକ ଜୀବନ ପରେ 2020 ରେ ସେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଭାବେ ଅବସର ଗ୍ରହଣ କରିଥିଲେ । କୋଭିଡ ସମୟରେ ସେ ସ୍ବାସ୍ଥ୍ୟ ସଚିବ ଭାବେ ଚର୍ଚ୍ଚାକୁ ଆସିଥିଲେ । ତେବେ ଏହାପୂର୍ବରୁ ସେ ପ୍ରତିରକ୍ଷା ଓ କେନ୍ଦ୍ର ମହିଳା ସଶକ୍ତିକରଣ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ । ଏହାସହିତ ରାଜ୍ୟ କ୍ୟାଡରରେ ଥିବା ସେ ପର୍ଯ୍ୟଟନ, କୃଷି, ଅର୍ଥ ଓ ଯୋଜନା ବିଭାଗରେ ମଧ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ

Advertisement

Leave a Reply

Your email address will not be published. Required fields are marked *