Pratidin TV

Odisha's Digital News Platform

ଗର୍ଭାବସ୍ଥାରେ ଦୀପିକା ଆସିଲେ ଭୋଟ ଦେବାକୁ, ସାଥିରେ ସ୍ବାମୀ ରଣବୀର

ସ୍ୱାମୀ ରଣବୀର ସିଂ ଙ୍କ ହାତ ଧରି ଅଭିନେତ୍ରୀ ଦୀପିକା ପାଦୁକନ ଲୋକସଭା ନିର୍ବାଚନ ପାଇଁ ଭୋଟ ଦେବା ପାଇଁ ମୁମ୍ବାଇର ଏକ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ | ଦୀପିକା ମତଦାନ ଯାଇଥିବା ସମୟରେ ସମସ୍ତଙ୍କ ନଜର ତାଙ୍କର ବେବି ଵମ୍ପ ଉପରେ ରହିଥିଲା | ତେବେ ଗର୍ଭବତୀ ଥାଇ ମଧ୍ୟ ସେ ନିଜର ବହୁ ମୂଲ୍ୟ ଭୋଟ ଦେଇଛନ୍ତି | ସାଙ୍ଗରେ ରଣବୀର ସିଂ ମଧ୍ୟ ନଜର ଆସିଛନ୍ତି |

ତେବେ ଏକ ଧଳା ସାର୍ଟ ଓ ନୀଳ ଜିନ୍ସ ପିନ୍ଧି ୩୮ ବର୍ଷୀୟ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ହାତ ଧରି ମତଦାନ କେନ୍ଦ୍ର ଭିତରକୁ ଯାଉଥିବା ଭିଡ଼ିଓ ଏବେ ସାମ୍ନାକୁ ଆସିଛି | ଯାହାକୁ ଦେଖିବା ପରେ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି | ଯେତେବେଳେ ଏହି ଦମ୍ପତି ମତଦାନ ଦେବାକୁ ଯାଉଥିଲେ ବହୁ ସଂଖ୍ୟା ପାପରାଜି ଉଭୟଙ୍କୁ ଫଟୋ ଓ ଭିଡ଼ିଓ ନେଇଥିଲେ |

ତେବେ ସୂଚନା ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସରେ ଦୀପିକା ଏବଂ ରଣବୀର ପ୍ରଥମ ସନ୍ତାନଙ୍କୁ ସ୍ୱାଗତ କରିବାକୁ ଯାଉଛନ୍ତି | ଗର୍ଭବସ୍ଥାରେ ଦୀପକ ପାଦୁକାନ ଏବଂ ସ୍ୱାମୀ ରଣବୀର ସିଂ ଭୋଟ ଦେବାକୁ ଆସିଥିଲେ | ଗତ ଫେବୃଆରୀ ମାସ ୨୯ ତାରିଖରେ ଦୀପିକା ପାଦୁକାନ ଏବଂ ରଣବୀର ସିଂ ମାତା ପିତା ହେବା ନେଇ ଘୋଷଣା କରିଥିଲେ | ତେବେ ଉଭୟଙ୍କୁ ବହୁ ଦିନ ପରେ ଏକ ସାଙ୍ଗରେ ଦେଖି ଖୁସି ହୋଇଯାଇଛନ୍ତି ଫ୍ୟାନ୍ସ | ଏଥିସହ ଭୋଟ ଦେଇ ଫେରିବା ପରେ ଅନ୍ୟ ଲୋକଙ୍କୁ ଭୋଟ ଦଦେବ ପାଇଁ ନିବେଦନ କରିଥିଲେ |

Leave a Reply

Your email address will not be published. Required fields are marked *