ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ପ୍ରସୂତିଙ୍କ ଜୀବନ ।
1 min readଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୁତି ମୃତ୍ୟୁ ଅଭିଯୋଗ। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା, ଗ୍ରାମାଞ୍ଚଳ ପୋଲିସ ମୁତୟନ। ଏଭଳି ଘଟଣା ଦେଖିବାକୁ ମିଳିଛି ଆଗରପଡା ଥାନା ବିରିଡି ଅଞ୍ଚଳରେ । ୨୮ ବର୍ଷୀୟ ମଞ୍ଜୁଲତା ଘଡେଇ ଦ୍ଵିତୀୟ ସନ୍ତାନ ପାଇଁ ପ୍ରସବ ଯନ୍ତ୍ରଣା ପରେ ଗତକାଲି ଆଗରପଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ସେଠାରୁ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟ(MCH)କୁ ରେଫର କରାଯାଇଥିଲା।
ସେ ଗତକାଲି ରାତି ୧୧.୩୦ରେ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟ(MCH)ରେ ଭର୍ତ୍ତି ହୋଇଥିଲେ। ତେବେ ଗତକାଲି ରାତିରେ OT କୁ ନେଇଥିଲେ ପରେ ତାଙ୍କୁ ବାହାର କରି ଆଣିଥିଲେ। ଇଞ୍ଜେକସନ ମଧ୍ୟ ଦେଇଥିଲେ। ଏପରି ଅଵସ୍ଥାରେ କୌଣସି ଚିକିତ୍ସା ନକରି ରାତି ଦୁଇଟା ପର୍ଯ୍ୟନ୍ତ ପକାଇ ରଖିଲେ। ପରେ ଅପରେସ ପାଇଁ ଦସ୍ତଖତ ନେଇ ମଧ୍ୟ ଅପରେଶନ କରିନଥିଲେ। ମଞ୍ଜୁଲତାଙ୍କ ସ୍ଵାମୀ ଅଭିମନ୍ୟୁ ଘଡେଇ ବାରମ୍ବାର ସ୍ତ୍ରୀ ଅସହ୍ୟ ଯନ୍ତ୍ରଣା ନେଇ ଡାକ୍ତରଙ୍କୁ ଗୁହାରୀ କରିଥିଲେ। ଡାକ୍ତର ଓ ନର୍ସ କେହି ଶୁଣିନଥିଲେ।
ପରେ ହଠାତ୍ ମଞ୍ଜୁଲତାକୁ କଟକ ନେଵାକୁ ଡାକ୍ତର କହିଥିଲେ। ଏହାର ଠିକ୍ ୫ ମିନିଟ୍ ପରେ ରାତି ୨.୩୦ରେ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟ(MCH)ରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ଘଟଣା ସ୍ଥଳରେ ଗ୍ର।ମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ କରୁଛି।