Pratidin TV

Odisha's Digital News Platform

ପୁଅ ସହ ବ୍ରିଜ୍ ଉପରୁ ଖସିପଡିଲା ଗର୍ଭବତୀ ମା , ସାରା ରାତି ମା ଶବ ପାଖରେ ବସି କାନ୍ଦୁଥିଲା କୁନି ପୁଅ ….

ମୁମ୍ବାଇ ; ରାତିସାରା ମା ପାଖରେ ବସି କଇଁ କଇଁ କାନ୍ଦୁଥିଲା କୁନି ପୁଅ । କାଳେ ମା ଉଠି ତାକୁ କୋଳେଇ ନେବ । ଆଉ ଭୋକଲାଗୁଛି ବୋଲି କହି ପୁଅକୁ କଣ ଖୁଆଇ ଦେବ । କିନ୍ତୁ ରାତି ପାହିଁ ସକାଳ ହେଲା କୁନି ପୁଅଟାବି ସେମତି କାନ୍ଦି କାନ୍ଦି ନିସ୍ତେଜ୍ ହୋଇଯାଇଥିଲା । କିନ୍ତୁ ଉଠୁନଥିଲା ମା । ହେଲେ ଆଉ କଣ ତା ମା ଉଠିବ ନା ତାକୁ କୋଳେଇ ନେଇ ଗେହ୍ଲ କରିବ , ନା ତାକୁ ଖାଇବାକୁ ଦେବ । ଗତକାଲି ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା । ଖବର ଅନୁଯାୟୀ ସୁଷମା କାକଡେ ନାମକ ଏକ ମହିଳା ନିଜ ୪ ବର୍ଷର ପୁଅକୁ ନେଇ ସ୍କୁଟିରେ ଘରୁ ବାହାରିଥିଲେ । ବାଟରେ ଯାଉଥିବା ସମୟରେ ବାମନୀରୁ ରାଜୁରା ବର୍ଦ୍ଧା ନଦୀ ବ୍ରିଜ୍ ଉପରେ ସ୍କୁଟିଟି ସନ୍ତୁଳନ ହରାଇ ୩୦ ଫୁଟ୍ ତଳକୁ ଖସିପଡିଥିଲା । ଆଉ ଦୁର୍ଭାଗ୍ୟ ବସତ ସ୍କୁଟି ସହ ୩୦ ଫୁଟ୍ ତଳକୁ ଖସି ପଡିଥିଲେ ମା ପୁଅ ।

ଏପଟେ ଅଫିସରୁ ଫେରି ସୁଷମାଙ୍କ ସ୍ୱାମୀ ଘରେ ପୁଅ ଓ ସ୍ତ୍ରୀକୁ ନପାଇ ଫୋନ ଲଗାଇଥିଲେ । କିନ୍ତୁ ସୁଷମାଙ୍କ ପଟରୁ କୌଣସି ଉତ୍ତର ମିଳିନଥିଲା । ସ୍ତ୍ରୀ ଓ ପୁଅକୁ ଅଣେକ ଖୋଜା ଖୋଜି କରିବା ପରେ ଶେଷରେ ପୋଲିସ ଷ୍ଟେସନରେ ମିସିଙ୍ଗ୍ ରିପୋର୍ଟ ଲେଖାଇଥିଲେ । ମନନମାନିବାରୁ ସ୍ୱାମୀ ସୁଷମାଙ୍କ ଲାଷ୍ଟ ଲୋକେଶନ ଷ୍ଟ୍ରେସ୍ କରି ପୋଲିସ ସହ ଖୋଜିବାକୁ ବାହାରିପଡିଥିଲେ । ତେବେ ସୁଷମାଙ୍କ ଲାଷ୍ଟ ଲୋକେଶନ ବର୍ଦ୍ଧା ନଦୀ ନିକଟରେ ଦେଖାଇଥିଲା । ସେଠାରେ ଖୋଜାଖୋଜି କରିବା ସମୟରେ ଛୋଟ ଶିଶୁ କାନ୍ଧଣା ଶୁଣି ବାପା ଓ ପୋଲିସ ସେଠାରେ ପହଞ୍ଚିଯେଉଁ ଦୃଶ୍ୟ ଦେଖିଥିଲେ ତାହା ସଭିଙ୍କୁ ଦୋହଲାଇ ଦେଇଥିଲା । ସୁଷମା ଅଚେତ୍ ଅବସ୍ଥାରେ ପଡିଥିଲେ । ତାଙ୍କ ଅବସ୍ଥା ଦେଖିଲାଗୁଥିଲା ବେକ ହାଡ ସମ୍ପୂର୍ଣ୍ଣ ଭାଙ୍ଗି ଓଲଟିଯାଇଛି ଆଉ ହାତ ମଧ୍ୟ ଭାଙ୍ଗିପଡିଛି । ଆଉ କୁନିପୁଅ ମା ପାଖରେ ବସି କଇଁ କଇଁ କାନ୍ଧୁଛି । କିନ୍ତୁ ପୋଲିସ ଯେତେବେଳେ ସୁଷମାଙ୍କୁ ଚେକ୍ କରିଥିଲା ସେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏସବୁ ଦୃସ୍ୟକୁ ସହଜରେ ଗ୍ରହଣ କରିପାରିନଥିଲେ ସୁଷମାନଙ୍କ ସ୍ୱାମୀ କାରଣ ସୁଷମା ୩ ମାସର ଗର୍ଭବତୀ ଥିବା ବେଳେ ଆଗକୁ ଅନେକ ଦିନ ଛୋଟ ପରିବାର ସହ ହସ ଖୁସିର ସଂସାର କାଟିବାକୁ ସ୍ୱପ୍ନ ଦେଖିଥିବା ସ୍ୱାମୀ ହୁଏତ ଏଭଳି ଅଘଟଣକୁ ବିଶ୍ୱାସ କରିପାରିନାହିଁ । ସୁଷମାଙ୍କ ସ୍ୱାମୀ ଜଣେ ବ୍ୟାଙ୍କ କର୍ମଚାରୀ ଥିବାବେଳେ , ୪ ବର୍ଷର ପୁଅ ଓ ଆଗକୁ ଏକ କୁନି ଝିଅର ସ୍ୱପ୍ନ ସହ ବେଶ୍ ହସଖୁସିରେ ଚାଲିଥିଲା ସଂସାର । କିନ୍ତୁ ଏହି ହସଖୁସିର ସଂସାର ଉପରେ ଦୁଃଖର କଳାବାଦଲ ,ସମୃକତ ଅଞ୍ଚଳରେ ଶୋକ ଖେଳାଇ ଦେଇଛି । ଅନ୍ୟପଟେ ପୋଲିସ ଶିଶୁଟିକୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିବା ବେଳେ , ସୁଷମାଙ୍କ ଶବକୁ ବ୍ୟବିଚ୍ଛେଦ ପାଇଁ ପଠାଇଛି । ଏବଂ ଦୁର୍ଘଟଣାଟି କିପରି ଆଉ କେଉଁ ପରିସ୍ଥିତିରେ ଘଟିଥିଲା ସେଥିପ୍ରତି ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *