Pratidin TV

Odisha's Digital News Platform

ହସ୍ପିଟାଲରେ ବଢୁଛି ଡାକ୍ତରଙ୍କ ଅବହେଳା , ନେଉଛି ନିରୀହ ରୋଗୀ ଜୀବନ….

1 min read

କେନ୍ଦୁଝର : ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ପ୍ରସୂତି ମହିଳାଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ଯୋଡା ସହର ସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନାରେ ଡାକ୍ତରଙ୍କ ତ୍ରୁଟି ପୂର୍ଣ୍ଣ ଚିକିତ୍ସା ଯୋଗୁଁ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଡାକ୍ତର ଖାନ।ରେ ଚାପା ଉତ୍ତେଜନା ଦେଖା ଦେଇଛି।

ମିଳିଥିବା ଖବର ଅନୁଯାୟୀ ଯୋଡା ପୌର ପାଳିକ। ର ୧୦ନଂ ୱାର୍ଡର ଗର୍ଭବତୀ ମହିଳା ସ୍ବପ୍ନ ଟାଟା ସ୍ଥିତ ଟିଏମ୍ ଏ ଚ ଡାକ୍ତର ଖାନ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ସେଠାରେ ପ୍ରସୂତି ମହିଳା ସ୍ବପ୍ନ। ମୁଣ୍ଡା ଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ନେଇ ଡାକ୍ତର ଖ।ନ।ରେ ଚିକିତ୍ସାରେ ଅବହେଳା, ମୃତୁ ହୋଇଥିବା ଅଭିଯୋଗ କରି ପରିବାର ଲୋକ ଡାକ୍ତର ଙ୍କ ବଦଳି ଦାବି କରିଛନ୍ତି।

Advertisement

ତେବେ ମେଡ଼ିକାଲ ପରିସରରେ ଉତେଜନା ଦେଖି ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।
ନିକଟରେ ଯାଜପୁର ସହରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ଡାକ୍ତରଙ୍କ ଅବହେଳା ଯୋଗୁ ଜଣେ ମହିଳାଙ୍କର ଅପରେଶନ ରୁମ୍‌ରେ ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *