Pratidin TV

Odisha's Digital News Platform

ସ୍ୱାମୀକୁ ଛାଡି ପ୍ରେମିକସହ ପଳାଇଲା ଗର୍ଭବତୀ ସ୍ତ୍ରୀ ….

କଙ୍କଡ଼ାହାଡ଼ : ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ହୋମ ନିଆଁରେ ହାତ ରଖି ସାତ ଜନ୍ମ ପାଇଁ ପରସ୍ପର ହାତ ଧରିଥିଲେ । ବହୁତ ହସ ଖୁସିରେ ନୂଆ ଦମ୍ପତିଙ୍କ ସଂସାର ଚାଲିଥିଲା, ହେଲେ ପ୍ରଥମ ପ୍ରେମ ଆଗରେ ଫିକା ପଡିଗଲା ଶଂଙ୍ଖା ସିନ୍ଧୂର । ନିଜ ସ୍ୱାମୀକୁ ଛାଡି ପ୍ରେମୀକ ସହ ଫେରାର ହୋଇଗଲା ୩ ମାସର ଗର୍ଭବତୀ ସ୍ତ୍ରୀ । କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି । ସୁଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ନାରଦମୁଣ୍ଡା ଗାଁର ଦଣ୍ଡଧର ପ୍ରଧାନଙ୍କ ପୁଅ ତୃତୀୟା ଖମାର ଥାନା ଘେନକାନି ଗାଁର ନବୀନା କିଷାନଙ୍କ ଝିଅ ସୌଦାମିନୀଙ୍କୁ ଗତ ମାର୍ଚ୍ଚ ୩ ତାରିଖ ଦିନ ବିବାହ କରିଥିଲେ । ହିନ୍ଦୁ ଧର୍ମର ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । କିନ୍ତୁ ଏହି ବିବାହରେ ଖୁସି ନଥିଲା ଝିଅ । ମନ ଥିଲା ପ୍ରଥମ ପ୍ରେମ ପାଖରେ ଭୁଲିପାରୁନଥିଲା ନିଜ ପ୍ରେମିକକୁ । ଘର ଲୋକଙ୍କ ବାଧ୍ୟ ବାଧକତାରେ ଝିଅ ବିବାହ କରିଥିଲା । କିନ୍ତୁ ମନ ଥିଲା ସେଇ ପ୍ରଥମ ପ୍ରେମ ପାଖରେ ।

ପରିସ୍ଥିତିରେ ପଡି ସିନା ବିବାହ କରିଥିଲେ କିନ୍ତୁ ସ୍ୱାମୀ ପ୍ରତି ତାଙ୍କର ମନ ଆଦୌ ନଥିଲା । ତେଣୁ ନିଜ କଷ୍ଟକୁ ରିଲ୍ସ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଗୋଟିଏ କିମ୍ବା ଦୁଇଟି ନୁହେଁ ,୧୧ ଗୋଟି ଦୁଃଖ ପୂର୍ଣ୍ଣ ରିଲ୍ସ କରିଥିଲେ । ଯାହା ନିଜ ପ୍ରେମିକ ପାଖରେ ହୃଦୟର ବେଦନାକୁ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏକଥା ସ୍ୱାମୀ ତୃତୀୟା ଜାଣି ପାରିନଥିଲେ । ନୂଆଁ ନୂଆଁ ବିବାହ କରିଥିବା ତୃତୀୟା କିନ୍ତୁ ସ୍ତ୍ରୀ ସୌଦାମିନୀ ପାଇଁ ପାଗଳ ହୋଇଥିଲେ । ଏସବୁ ଭିତରେ ଆସିଯାଇଥିଲା ଗଣପର୍ବ ରଜ । ଆଉ ରଜରେ ଝିଅର ବାପ ଘର ଲୋକ ଆସି ସୌଦାମିନୀକୁ ଘରକୁ ନେଇଥିଲେ । ଝିଅ ବାପଘରକୁ ଯିବ ବୋଲି ଶାଶୁଘର ଲୋକ କେହି ବାଧା ଦେଇନଥିଲେ । ଖୁସିରେ ଖୁସିରେ ବାପଘର ଯାଇଥିଲା ସୌଦାମିନୀ ।

ଆଉ ଠିକ କିଛିଦିନ ପରେ ଶ୍ୱଶୁର ଘର ଲୋକ ଫୋନ କରି ତୃତୀୟାକୁ କହିଥିଲେ ଯେ ଝିଅ ରାତି ୯ଟାରେ କେଉଁ ଆଡେ ପଳେଇ ଯାଇଛି ।ଚାରିଆଡେ ସ୍ତ୍ରୀକୁ ଖୋଜିଲେ ହେଲେ ପାଇଲେ ନାହିଁ କିନ୍ତୁ ଜାଣିବାକୁ ପାଇଲେ ଯେ ସ୍ତ୍ରୀ ଅନ୍ୟ କେଉଁ ପୁରୁଷ ସହିତ ପଳେଇ ଯାଇଛି । ଏସବୁ ଜାଣିବା ପରେ ତୃତୀୟାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେ ଶୁଣିଥିବା କଥାକୁ ବିଶ୍ୱାସ କରିପାରିନଥିଲେ । ଯାହାକୁ ବୋହୂ ସଜେଇ ଘରକୁ ଆଣିଥିଲେ , ତା ସହ ଭବିଷ୍ୟତ ସ୍ୱପ୍ନ ଦେଖିଥିଲେ । ଏମିତି ଆଗକୁ ବାପା ହେବାକୁ ଯାଉଥିଲେ ତୃତୀୟା । କିଛିଦିନ ପରେ ବାପା ଡାକ ଶୁଣିଥାନ୍ତେ । କିନ୍ତୁ ସ୍ତ୍ରୀ ସୌଦାମିନୀଙ୍କ ଏପରି ପଦକ୍ଷେପ ସବୁ ସ୍ୱପକୁ୍ନ ଯେମିତି କିଛି ସେକେଣ୍ଡରେ ଭାଙ୍ଗିଦେଇଥିଲା । ସବୁ ଜାଣିବା ପରେ ବି ସ୍ତ୍ରୀକି ଖୋଜିବାକୁ ଅନବରତ ଚେଷ୍ଟା ଚଳାଇଥିଲେ ତୃତୀୟା । ଏମିତିକି ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ପୋଲିସ ମାମଲା ରୁଜ୍ଜୁ କରି ମଧ୍ୟ ଚୁପ୍ ବସିଛି ।

ଅନ୍ୟପଟେ ସୌଦାମିନୀଙ୍କ ଇଷ୍ଟାଗ୍ରାମ ରିଲ୍ସ ଗୁଡିକ ସ୍ୱାମୀ ତୃତୀୟାଙ୍କ ହାତରେ ଲାଗିଥିଲା । ଯେଉଁ ଭିଡିଓ ଗୁଡିକରେ ସ୍ତ୍ରୀ ସୌଦାମିନୀଙ୍କ ଦୁଃଖ ବେଦନାର ମେସେଜ୍ ଥିଲା ନିଜ ପ୍ରେମିକଙ୍କ ପାଇଁ । ଇମୋସନାଲ ଭିଡିଓରେ ସେ ନିଜ ପ୍ରେମିକକୁ ଶୀଘ୍ର ନେଇଯିବାକୁ ନିବେଦନ କରିଥିଲେ ।ତେବେ ସୌଦାମିନୀ ବାହାଘରର ତିନି ମାସ ମଧ୍ୟରେ ତିନି ମାସର ଗର୍ଭବତୀ ମଧ୍ୟ ଥିଲେ । ହେଲେ ପ୍ରେମରେ ଅନ୍ଧ ସୌଦାମିନୀ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଥିବା ଝିଅର ବାପା ନବିନା କହିଛନ୍ତି । ସ୍ତ୍ରୀର ବାଟକୁ ଚାହିଁ ବସିଛି ସ୍ୱାମୀ ତୃତୀୟା । କଥା ଦେଇଥିଲା ମୁଁ ରଜରେ ଘରୁ ଆସିଲେ ବୁଲିବାକୁ ବାହାରକୁ ଯିବା । ହେଲେ ତୃତୀୟାକୁ ଆଜି ଠକି ଦେଇଛି ପୁରୀ । ସୌଦାମିନୀ ପାଇଁ ପାଗଳ ପ୍ରାୟ ତୃତୀୟା ।

Leave a Reply

Your email address will not be published. Required fields are marked *