ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂହ ତମାଙ୍ଗ..
1 min readପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂହ ତମାଙ୍ଗ । ପ୍ରେମ ସିଂହ ତମାଙ୍ଗ ସୋମବାର ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗାଙ୍ଗଟକର ପାଲଜୋର ଷ୍ଟାଡିୟମରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ଆଚାର୍ଯ୍ୟ ତମାଙ୍ଗ ଓ ତାଙ୍କ କ୍ୟାବିନେଟକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ତମାଙ୍ଗ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଜୁନ୍ ୨ ତାରିଖରେ ଏସକେଏମ୍ ବୈଠକରେ ତମାଙ୍ଗଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା। ଅପରାହ୍ନ ୪ଟାରୁ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଏଥିରେ ପାଖାପାଖି ୩୦ ହଜାର ଲୋକ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଗ୍ୟାଙ୍ଗଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏସକେଏମ୍ ୩୨ଟି ଆସନରୁ ୩୧ଟି ରେ ବିଜୟୀ ହୋଇଥିବା ବେଳେ ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ) ଗୋଟିଏ ଆସନରେ ବିଜୟୀ ହୋଇଥିଲା। କଡା ସୁରକ୍ଷା ବଳୟ ଭିତରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପ୍ରେମ ସିଂହ ତମାଙ୍ଗ ।