Pratidin TV

Odisha's Digital News Platform

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗ୍ରସ୍ତକୁ ନେଇ ସିଏମସି ର ପ୍ରସ୍ତୁତି ବୈଠକ

1 min read

କଟକ : ଆସନ୍ତା ୨୬ ରେ କଟକ ଗ୍ରସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ହାଇକୋର୍ଟ, ଏସସିବି ମେଡିକାଲ ,ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେବା ସହ କଟକ ଚଣ୍ଡୀ ମନ୍ଦିର ଯାଇ ମା’ ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ନଖରା ସ୍ଥିତ ବ୍ରହ୍ମକୁମାରୀ ଆଶ୍ରମ, ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ ,ସମେତ ଅନ୍ୟାନ୍ୟ କିଛି ସ୍ଥାନକୁ ରାଷ୍ଟ୍ରପତି ଯିବା ନେଇ ମଧ୍ୟ ସୂଚନା ରହିଛି ।

ଏନେଇ ଏହି ତିନୋଟି ଅନୁଷ୍ଠାନକୁ ସରକାରୀ ସ୍ତରରେ ସୂଚିତ କରାଯାଇସାରିଛି ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରକୁ ପୂର୍ବରୁ ଥରେ ଆସି ସାରିଛନ୍ତି ଏହା ତାଙ୍କ ଦ୍ବିତୀୟ ଥର ପାଇଁ ଗସ୍ତ । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକରେ ପୋଲିସ ନରାଜ ନିକଟରେ ହେଲିପ୍ୟାଡ ବନ୍ଦୋବସ୍ତ ସହ ତାଙ୍କ ପୁରା ଗସ୍ତ ରୁଟ୍ ପାଇଁ ସ୍ଵତନ୍ତ୍ର ଆରେନଜମେଣ୍ଟ ଉପରେ ନଜର ରଖିଛି ।

Advertisement

ତେବେ CMC ସମ୍ପୂର୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ମେୟର ଏବଂ କମିଶନର । ଏହି ପରିପ୍ରେକ୍ଷୀରେ CMC ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ମେୟର କମିଶନରଙ୍କ ସମେତ ଚୌଦ୍ଵାର କଟକର ବିଧାୟକ ଯୋଗଦେଇ କର୍ପୋରେଟର ଏବଂ CMC ର ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ରାସ୍ତା ଘାଟ,ସ୍ୱଚ୍ଛତା ପରିମଳ ବ୍ୟବସ୍ଥା,ଆଲୋକି କରଣ,ଇତ୍ୟାଦି ବିଷୟ ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଉଛି ।

Leave a Reply

Your email address will not be published. Required fields are marked *