Pratidin TV

Odisha's Digital News Platform

‘ପ୍ରେସଭ୍ୟୁ’ ଆଇ ଡ୍ରପ୍ ଲାଇସେନ୍ସ ରବ୍ଧ , କପାନି ରଖିପାରିଲାନି ନିଜ ପ୍ରତିଶୃତି ….

1 min read

‘ପ୍ରେସଭ୍ୟୁ’ ଆଇ ଡ୍ରପ୍ ଲାଇସେନ୍ସ ରବ୍ଧ କଲା ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଉତ୍ପାଦନ ଏବଂ ବିତରଣ ଲାଇସେନ୍ସକୁ ବାତିଲ କରାଯାଇଛି ।

ର୍ମାକେଟ୍‌ରେ କମ୍ପାନୀ ଦେଇଥିବା ପ୍ରତିଶୃତି ରକ୍ଷା କରିପାରିନାହିଁ । ଚାଳିଶିଆରେ ଆଉ ଚଷମା ନପିନ୍ଧି ଏହି ଡ୍ରପ୍ ବ୍ୟବହାର କରି ଦୃଷ୍ଟିଦୋଷ ଭଲ କରାଯାଇପାରିବ ବୋଲି କୁହାଯାଉଥିଲା।ମାତ୍ର ସୁରକ୍ଷା ଦୃଷ୍ଟିରୁ ଡିସିଜିଆଇ ଏବେ ଏହାର ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସକୁ ବାତିଲ କରିଛି। କାହିଁକି ଏହି ଆଖି ଡ୍ରପ୍ ବ୍ୟବହାର ପରେ ସେମିତି କିଛି ପରିବର୍ତ୍ତନ ଲୋକମାନଙ୍କ ଆଖିରେ ଦେଖାଯାଇନାହିଁ ।

Advertisement

ଅନ୍ୟପଟେ ଡିସିଜିଆଇର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି କଂପାନି କହିଛି। ୪୦ ବର୍ଷ ପରେ ଆଖିରେ ଦେଖାଯାଉଥିବା ଦୃଷ୍ଟିଦୋଷ ପ୍ରେସବାୟୋପିଆ ବା ଚାଳିଶିଆ ପାଇଁ ଚଷମା ପିନ୍ଧିବାକୁ ଡାକ୍ତର ସାଧାରଣ ଭାବେ ପରାମର୍ଶ ଦେଇଥାନ୍ତି। ତେବେ ଏହି ଆଇ ଡ୍ରପ ବ୍ୟବହାର କଲେ ଆଉ ଚଷମା ପିନ୍ଧିବା ଆବଶ୍ୟକ ପଡିବ ନାହିଁ ବୋଲି ନୂଆ ଆଇ ଡ୍ରପ୍ ପ୍ରସ୍ତୁତକର୍ତ୍ତା ଦାବି କରିଥିଲେ । ପୂର୍ବରୁ ଊଉଏଓ ଏହାକୁ ଅନୁମୋଦନ କରିଥିବା ବେଳେ ଏବେ ସୁରକ୍ଷା ଦୃଷ୍ଟିରୁ ଏହାକୁ ବାତିଲ କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *