ଓଡ଼ିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ,ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଦେବେ ଯୋଗ..
1 min readଏକା ସାଙ୍ଗରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।୨୦୨୫ ଜାନୁଆରୀ ୮ରୁ ୧୦ ଯାଏଓଡ଼ିଶାରେ ହେବ ପ୍ରବାସୀ ଭାରତୀୟ ଦିବସ । ନୂଆଦିଲ୍ଲୀରେ ଆଜି ଉନ୍ମୋଚନ ହୋଇଛି ଉତ୍ସବର ୱେବ୍ସାଇଟ । ଉନ୍ମୋଚନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ । ଜନତା ମୈଦାନରେ ୩ ଦିନ ଧରି ପାଳନ ହେବ ୧୮ତମ ଉତ୍ସବ । ଓଡ଼ିଶାକୁ ଆସିବେ ପ୍ରାୟ ୭ ହଜାର ପ୍ରବାସୀ ଭାରତୀୟ । ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀରେ ଏହି ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ପ୍ରବାସୀ ଭାରତୀୟ ଦିବସ ପାଇଁ ମଙ୍ଗଳବାର ନୂଆଦିଲ୍ଲୀରେ ୱେବ୍ସାଇଟ୍ ଉନ୍ମୋଚିତ ହୋଇଯାଇଛି । ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍,ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବରରେ ସମାରୋହ ଆୟୋଜନ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ । ଏହି କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହେବ । ସମାରୋହରେ ୭୦୦୦ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇପାରନ୍ତି ।