Pratidin TV

Odisha's Digital News Platform

କରୋନାରେ ଆକ୍ରନ୍ତ ହେଲେ ରାଷ୍ଟ୍ରପତି ବାଇଡେନ, ଆଇସୋଲେନ୍‌ରେ ରହି କରିବେ କାମ

1 min read

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ | ବର୍ତ୍ତମାନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି | ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି।

ଲସ୍ ଭେଗାସରେ ଏକ ସମ୍ମିଳନୀରେ ଭାଷଣ ଦେବା ପୂର୍ବରୁ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ଏହି ସମୟରେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ବାଇଡେନଙ୍କଠାରେ କୋଭିଡ-୧୯ର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ୨ ବର୍ଷ ପରେ ପୁଣି ଥରେ ବାଇଡେନ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ପରେ ବାଇଡେନ୍ ଆମେରିକାର ଡେଲାୱେର ଫେରିଆସି ସେଠାରେ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାପଡ଼ିଛି |

Advertisement

ଆମେରିକାରେ ଆଗକୁ ନିର୍ବାଚନ ଥିବା ବେଳେ ଏହି ସମୟରେ ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା, ତାଙ୍କର ନିର୍ବାଚନ ପ୍ରଚାର ପ୍ରସାର ଉପରେ ପ୍ରଭାବ ପକାଇ ପାରେ ବୋଲି ଆଶଙ୍କା କରାଯାଇଛି | ରାଷ୍ଟ୍ରପତିଙ୍କ ଡାକ୍ତର ଏକ ନୋଟ ଜରିଆରେ କରିଛନ୍ତି, ୮୧ ବର୍ଷୀୟ ବାଇଡେନଙ୍କର କିଛି ଶ୍ୱାସକ୍ରିୟା ଲକ୍ଷଣ ଦେଖା ଦେଇଥିଲା | ତାଙ୍କର କାଶ, ଥଣ୍ଡା ହୋଇଥିଲା | ତନୁ ତାଙ୍କ ପରୀକ୍ଷା କରଯାଇଥିଲା ଏବଂ ତାଙ୍କର କୋଭିଡ ପଜିଟିଭ ଆସିଥିଲା |

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋସିଆଲ ମିଡିଆ ପ୍ଲାଟଫର୍ମ x ରେ କହିଛନ୍ତି, “ମୁଁ ଆଜି ଅପରାହ୍ନରେ କରୋନା ସଂକ୍ରମିତ ହୋଇଛି, କିନ୍ତୁ ମୁ ଭଲ ଅନୁଭବ କରୁଛି ଏବଂ ସମସ୍ତ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଦେଉଛି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ନିଜକୁ ଅଲଗା ରଖିବି ଏବଂ ଏହି ସମୟ ମଧ୍ୟରେ ମୁଁ ଆମେରିକୀୟ ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବି । ସୁଇଟ ହାଉସରେ ରହ ଘରୁ କାମ କରିବେ ବୋଲି କ‌ହିଛନ୍ତି। କରୋନା ଟୀକାକରଣ କରାଯାଇଛି। ବୁଷ୍ଟର ଡୋଜ ମଧ୍ୟ ନେଇଛନ୍ତି ।

Leave a Reply

Your email address will not be published. Required fields are marked *