Pratidin TV

Odisha's Digital News Platform

ଟ୍ରମ୍ପ ଙ୍କ ବିଜୟ ପରେ ମୁଁହ ଖୋଲିଲେ ବାଇଡେନ୍,କହିଲେ ଟ୍ରମ୍ପ୍ ଵିରୋଧରେ ସବୁ ଅଭିଯୋଗ ମିଥ୍ୟା…

1 min read

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜେତା ହୋଇଛନ୍ତି। ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜେତା ହୋଇଛନ୍ତି।  ଡେମୋକ୍ରେଟିକ୍‌ ପ୍ରାର୍ଥୀ କମଲା ହାରିସ ପଛରେ ପକାଇ ହ୍ୱାଇଟ ହାଉସ କୁ ନିଜ ଅକ୍ତିଆର ରେ କରିଛନ୍ତି । ତେବେ ଏହି ବିଜୟ ପରେ ଟ୍ରମ୍ପଙ୍କ ନିକଟକୁ ବିଶ୍ୱନେତାଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି। ଏସବୁ ମଧ୍ୟରେ ମୁଁହ ଖୋଲିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌। ସେ କହିଛନ୍ତି

ଗଣତନ୍ତ୍ରରେ ଜନସାଧାରଣଙ୍କ ଇଚ୍ଛା ସର୍ବୋପରି। ଲୋକେ ଯାହା ଚାହିଁଥାନ୍ତି, ତାହା ହିଁ ହୋଇଥାଏ  ।ଗୁରୁବାର  ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ବିଜୟୀ ହେବା ପରେ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।

Advertisement

ଏହି ଅବସରରେ ଡେମୋକ୍ରାଟ୍‌ ବାଇଡେନ୍‌ କହିଛନ୍ତି, ୨୦୨୫ ଜାନୁଆରୀରେ ସେ ଭାବୀ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ। ହ୍ବାଇଟ୍‌ ହାଉସ୍‌ ପାଇଁ ନିର୍ବାଚନୀ ଫଳାଫଳକୁ ଆମେରିକାବାସୀ ଗ୍ରହଣ କରନ୍ତୁ ବୋଲି ବାଇଡେନ୍‌ ଅପିଲ୍‌ କରିଛନ୍ତି। ବାଇଡେନ୍‌ ଆହୁରି କହିଛନ୍ତି, ଆମେରିକୀୟ ନିର୍ବାଚନ ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ। ୨୦୨୦ ନିର୍ବାଚନରେ ଟ୍ରମ୍ପ୍‌ ପରାଜିତ ହେବା ପରେ ଆଣିଥିବା ଅଭିଯୋଗ ମିଥ୍ୟା। ସେ ପୁନଃ ନିର୍ବାଚିତ ହେବା ପରେ ଏହା ସ୍ପଷ୍ଟ ହୋଇଛି।

ଦ୍ୱିତୀୟ ଥର ପାଇଁ ହ୍ୱାଇଟ ହାଉସକୁ ଫେରିବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ସେ ସମସ୍ତ ୭ଟି ଯାକ ସ୍ୱିଙ୍ଗ ଷ୍ଟେଟରେ ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କୁ ମାତ ଦେଇଛନ୍ତି।ଆମେରିକାର ମୋଟ ୫୩୮ ଇଲେକ୍ଟୋରାଲ ଭୋଟ ମଧ୍ୟରୁ ଟ୍ରମ୍ପ ଏଯାଏ ୨୭୭ଟିରେ ଜିତିଥିବା ବେଳେ କମଳା ୨୨୪ହାସଲ କରିଥିଲେ ।

Leave a Reply

Your email address will not be published. Required fields are marked *