ବୋଇତ ବନ୍ଦାଣରେ ସାମିଲ ହେବାକୁ ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି..
1 min readପାରାଦୀପ ଆସୁଛନ୍ତି ରାଷ୍ଟ୍ରପତି । ଯାହାକୁ ନେଇ ସଜେଇ ହେଉଛି ବନ୍ଦର ନଗରୀ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,ଐତିହ୍ୟ କୁ ମନେ ପକାଇବା ପାଇଁ ବନ୍ଦର ତରଫରୁ ଆୟୋଜିତ ହୋଇଥାଏ ବୋଇତ ବନ୍ଦାଣ ଉତ୍ସବ । ଚଳିତବର୍ଷ ବୋଇତବନ୍ଦାଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଉଛନ୍ତି ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେନ୍ଦ୍ର ସରକାର ଙ୍କ ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ପାରାଦୀପ ବନ୍ଦର ପ୍ରାଧିକରଣ କୁ ଅବଗତ କରାଯାଇଛି । ଅତୀତ ର ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା, ଐତିହ୍ୟ କୁ ବୋଇତ ବନ୍ଦାଣ ଉତ୍ସବ ଉଜ୍ଜୀବିତ କରୁଛି । ପାରାଦୀପ ବନ୍ଦର ତରଫରୁ ପ୍ରତ୍ୟେକ ବର୍ଷ ଧୂମଧାମରେ ପାଳନ କରାଯିବା ସହିତ ସାଧବ ସାଧବାଣୀ ବେଶରେ ବନ୍ଦର ର କର୍ମଚାରୀ ମାନେ ସଜେଇ ହୋଇ ହୋମଜଜ୍ଞ ସହିତ ସୁସଜ୍ଜିତ ବୋଇତ ରେ ବିଦେଶ କୁ ଯିବାର ଦୃଶ୍ୟ ଅତୀତର ସାଧବ ପୁଅ ର ସ୍ମୃତି କୁ ମନେ ପକାଇଥାଏ ।
ଚଳିତ ବର୍ଷ ଏହି ବୋଇତ ବନ୍ଦାଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଉଛନ୍ତି ଭାରତ ବର୍ଷର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡିଆ ଝିଅ ଭାରତର ରାଷ୍ଟ୍ରପତି ଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଲେଣି ପାରାଦ୍ୱୀପବାସୀ । କିଭଳି ରାଷ୍ଟ୍ରପତି ଙ୍କୁ ସ୍ୱାଗତ କରିବେ ଏବଂ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ବିଷୟରେ ମହାମହିମ ରାଷ୍ଟ୍ରପତିଙ୍କ ମୁହଁରୁ ଶୁଣିବେ ଏ ନେଇ ଉତ୍କଣ୍ଠା ର ସହିତ ଅନେଇ ବସିଛନ୍ତି ପାରାଦୀପବାସୀ । ରାଷ୍ଟ୍ରପତି ଙ୍କ ପାରାଦୀପ ଗସ୍ତ କୁ ନେଇ ଈଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ରେ ଉତ୍କଣ୍ଠା ଖେଳିଯାଇଛି । ମହାମହିମ ରାଷ୍ଟ୍ରପତି ଈଶ୍ୱରୀୟ ବ୍ରହ୍ମାକୁମାରୀ ବିଶ୍ୱ ବିଦ୍ୟାଳୟର ଜଣେ ସକ୍ରିୟ ସଦସ୍ୟ ଭାବରେ ଭାରତବର୍ଷର ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ସମସ୍ତ ବ୍ରହ୍ମାକୁମାରୀ ପରିବାର ରେ ଏକ ଉତ୍ସବ ର ମାହୋଲ ଦେଖିବାକୁ ମିଳିଛି ।
ତେବେ ରାଷ୍ଟ୍ରପତି ଙ୍କ ପାରାଦୀପ ଗସ୍ତ କୁ ନେଇ ଈଶ୍ୱରୀୟ ବ୍ରହ୍ମାକୁମାରୀ ପରିବାର ତରଫରୁ କିଭଳି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ଏ ନେଇ ପ୍ରସ୍ତୁତି ଚଳାଇଛନ୍ତି । ସବୁଠାରୁ ଗୁରୁତ୍ୱ ପୁର୍ଣ କଥା ପାରାଦୀପ ବନ୍ଦର ର ତରଫରୁ ଅତୀତ ର ସାଧବ ପୁଅଙ୍କ ସ୍ମୃତି ସ୍ୱରୂପ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ରେ ରାଷ୍ଟ୍ରପତିଙ୍କ ସାମିଲ ପାରାଦୀପ ବୋଇତ ବନ୍ଦାଣ ଉତ୍ସବ କୁ ରୁଦ୍ଧିମନ୍ତ କରିବା ସହିତ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କିଛି ପାରାଦୀପ ଅନ୍ତେବାସୀ କହିଛନ୍ତି । ଉତ୍କଳୀୟ ନୌବାଣିଜ୍ୟ, ପରମ୍ପରା କୁ ମନେ ପକାଇ ପାରାଦୀପ ବନ୍ଦର ତରଫରୁ ପ୍ରତ୍ୟେକ ବର୍ଷ ପାଳନ କରାଯାଉଛି ବୋଇତ ବନ୍ଦାଣ ଉତ୍ସବ । ଚଳିତ ବର୍ଷ ରାଷ୍ଟ୍ରପତି ଏହି ଉତ୍ସବ ରେ ଯୋଗ ଦେଉଥିବା କୁ ନେଇ ଖବର ପ୍ରଚାରିତ ହେବାପରେ ନଭେମ୍ବର ୨୭ ତାରିଖ ରାଷ୍ଟ୍ରପତି ଙ୍କ ଆଗମନକୁ ପାରାଦୀପ ବାସି ଅପେକ୍ଷା କରିଛନ୍ତି ।