Pratidin TV

Odisha's Digital News Platform

ଉଦୟଗିରି ପରିଦର୍ଶନ କଲେ ମହାମହିମ ..

1 min read

 ୪ ଦିନିଆ ଓଡ଼ିଶା ଗସ୍ତରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।  ଆଜି ହେଉଛି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ ।  ଆଜି  ଐତିହାସିକ ଉଦୟଗିରି ପାହାଡ଼ ପରିଦର୍ଶନ କରିଛନ୍ତି। ଉଦୟଗିରି ପାହାଡ଼ର ରାଣୀ ଗୁମ୍ଫା, ହାତୀ ଗୁମ୍ଫା, ଜମ୍ବେଶ୍ଵର ଗୁମ୍ଫା, ସର୍ପ ଗୁମ୍ଫା ଆଦି ବୁଲି ଦେଖିଛନ୍ତି।

ଏହା ସହ ମହାମେଘବାହାନ ଐର ଖାରବେଳଙ୍କ ସମୟର ଗୁମ୍ଫାଗୁଡ଼ିକରେ ହୋଇଥିବା ଖୋଦେଇ କାରୁକାର୍ଯ୍ୟକୁ ମଧ୍ୟ ଦେଖିଛନ୍ତି। ଐତିହାସିକ ଉଦୟଗିରି ପାହାଡ଼ ବୁଲି ନିଜର ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାସହିତ ରାଷ୍ଟ୍ରପତିଙ୍କ ଏକ୍ସ ହ୍ୟାଣ୍ଡେଲରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *