Pratidin TV

Odisha's Digital News Platform

ରଥଯାତ୍ରା ଦେଖିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରଥଯାତ୍ରା ଦେଖିବାକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ୪ ଦିନ ଗସ୍ତରେ ରାଷ୍ଟ୍ରପତି | ୬ ତାରିଖରୁ ଆରମ୍ଭ କରି ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବାର ରହିଛି କାର୍ଯ୍ୟକ୍ରମ | ତେବେ ୬ ତାରିଖ ସନ୍ଧ୍ୟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବିମାନରେ ପହଁଞ୍ଚିବେ | ପରେ ବିମାନ ବନ୍ଦରରୁ ସିଧାସଳଖ ଜୟଦେବ ଭବନ ଯାଇ ସେଠାରେ କାର୍ଯ୍ୟକ୍ରମରେ ଯୋଗଦେବେ | ଏହାପରେ ସେ ରାଜଭବନରେ ରାତ୍ରିଯାପନ କରିବେ |

ଜୁଲାଇ ୭ ତାରିଖ ଦିନ ସକାଳେ ସ୍ୱତନ୍ତ୍ର ବାୟାସେନା ହେଲିକେପ୍ଟର ଯୋଗେଁ ପୁରୀ ଯିବେ | ସେଠାରେ ମହାମହିମା ରଥଯାତ୍ରା ଦେଖିବେ | ଏନେଇ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରାଯାଇଛି | ଚଳିତ ବର୍ଷ ରଥଯାତ୍ରାରେ ମୁତୟନ ହେବେ ୧୮0 ପ୍ଲାଟୁନ ପୋଲିସ ଫୋର୍ସ | ସେହିପରି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ରହିଛି | ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମରେ ତିଖ୍ନ ନଜର ରଖିବାର ସୂଚନା ରହିଛି |

Leave a Reply

Your email address will not be published. Required fields are marked *