ମୋହର ଲଗାଇଲେ ରାଷ୍ଟ୍ରପତି , ଆଇନରେ ପରିଣତ ହେଲା ୩ ନୂଆ ଅପରାଧିକ ବିଲ୍….
1 min readଭୁବନେଶ୍ୱର ; ଆଇନରେ ପରିଣତ ହେଲା ୩ ଅପରାଧିକ ବିଲ୍ , ବାଜିଲା ରାଷ୍ଟ୍ରପତି ଦ୍ରୌପରି ମୁର୍ମଙ୍କ ମୋହର । ଗତ ସପ୍ତାହରେ ସଂସଦର ଉଭୟ ଗୃହରେ ଗୃହୀତ ହୋଇଥିବା ୩ଟି ଅପରାଧିକ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁର ଦେଇଛନ୍ତି । ଇଂରେଜ ଯୁଗରୁ ତିଆରି ୩ଟି ଆଇନ୍ ବର୍ତ୍ତମାନ ସମାପ୍ତ ହୋଇଛି ।
୩ ନୂଆ ବିଲ୍ ହେଉଛି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଏବଂ ଭାରତୀୟ ସାକ୍ଷ୍ୟ ବିଲ୍ । ବ୍ରିଟିଶ ଶାସନ କାଳରୁ ପ୍ରଚଳିତ ହୋଇ ଆସୁଥିବା ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ବଦଳରେ ଏବେଠୁ ନୂଆ ଆଇନ କାର୍ୟ୍ୟକାରୀ ହେବ । ସଂସଦର ଶୀତକାଳୀନ ଅଧିବେଶନ ଅବସରରେ ଏହି ୩ଟି ଆଇନକୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ କରିଥିଲେ କେନ୍ଦ୍ର ସରକାର ।