Pratidin TV

Odisha's Digital News Platform

ରାଷ୍ଟ୍ରପତି ଭବନରେ ବୀର ଯବାନଙ୍କୁ କିର୍ତ୍ତୀ ଚକ୍ର ଓ ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କଲେ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଭବନରେ ଜୁଲାଇ ୫ ତାରିଖ ଦିନ ସମାରୋହ ଅନୁଷ୍ଠିତ ହୋଇଥିଲା | ସେହି ସମାରୋହରେ ଯବାନଙ୍କୁ ବୀରତ୍ୱ ପୁରସ୍କାପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ସେନା, କେନ୍ଦ୍ରୀୟ, ସଶସ୍ତ୍ର ବଳ ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ଯବାନଙ୍କୁ ସର୍ବୋଚ୍ଚ ବଳିଦାନ ଲାଗି ଏହି ସମ୍ମାନ କରିଛନ୍ତି ରାଷ୍ଟ୍ରପତି | ରାଷ୍ଟ୍ରପତି ୧0 କୀର୍ତ୍ତି ଚକ୍ର ଏବଂ ୨୬ ଶୋର୍ଯ୍ୟ ଚକ୍ର ପ୍ରାଦନ କରିଛନ୍ତି |

ସୂଚନା ଅନୁଯାୟୀ, ପ୍ରତିବର୍ଷ ବୀରତା ପ୍ରଦର୍ଶନ କରିଥିବା ସେନା, ସିଆରପିଏଫ, ପୋଲିସ ଯବାନ୍ଙ୍କୁ ବିଭିନ୍ନ ବୀରତା ସମ୍ମାନରେ ସମ୍ମାନିତ କରାଯାଏ | ତେବେ ରାଷ୍ଟ୍ରପତି ଭବନ ରେ ଏହି ସମାରୋହରେ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ | ରାଷ୍ଟ୍ରପତି ମୁର୍ମୁ ୩୬ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି |

ଇନପେକ୍ଟର ଦିଲ୍ଲୀପ କୁମାର ଦାସ (ସିଆରପିଏଫ), ହେଡ କନେଷ୍ଟବଳ ରାଜ କୁମାର ଯାଦବ (ସିଆରପିଏଫ), କନେଷ୍ଟବଳ ବବଲୁ ରାଭା (ସିଆରପିଏଫ), କନେଷ୍ଟବଳ ଶମ୍‌ଭୁ ରାୟ (ସିଆରପିଏଫ), ସିପାହୀ ପବନ କୁମାର (ସେନା), କ୍ୟାପ୍ଟେନ ଅଂଶୁମାନ ସିଂହ (ସେନା), ହାବିଲଦାର ଅବଦୁଲ ମଜିଦ (ସେନା)ଙ୍କୁ ମରଣୋତ୍ତର କିର୍ତ୍ତୀ ଚକ୍ର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *