Pratidin TV

Odisha's Digital News Platform

ରଥଯାତ୍ରାରେ ସାମିଲ ହୋଇ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିବେ ମହାମହିମା

1 min read

ଦେବୀ ସୁଭଦ୍ରାଙ୍କର ରଥ ଟାଣିବେ ମହାମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ରଥ ଟାଣିବା ପାଇଁ ଦୂରରୁ ଧାଇଁ ଆସିଛନ୍ତି ରାଷ୍ଟ୍ରପତି | ରଥଯାତରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମା | ଯେଉଁଥିପାଇଁ ଶେଷ ହୋଇଛି ସବୁ ପ୍ରସ୍ତୁତି |

ତେବେ ରାଷ୍ଟ୍ରପତିଙ୍କର ପୁରୀ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ଗସ୍ତ ସମତରେ ନୋ-ଫ୍ଲାଇଙ୍ଗ ଜୋନ କରାଯାଇଛି | ତାଙ୍କ ଗସ୍ତ ରାସ୍ତାକୁ ସିଲ କରଯାଇଛି | ତେବେ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ସୁରକ୍ଷାବାହିନୀଙ୍କ ସହ ରାଜ୍ୟ ପୋଲିସର ଟିମ ସୁରକ୍ଷା ଦେବେ |

ତେବେ ଅନ୍ୟପଟେ ୮ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବେଳାଭୂମିରେ ପ୍ରାତଃ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି | ଏହାପରେ ସେ ଭୁବନେଶ୍ୱର ଫେରି ଖଣ୍ଡଗିରି ଏଏବଂ ଉଦୟଗିରି ପରିଦର୍ଶନ କରିବା ସହ ବିକେ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟର ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ହେବେ |

Leave a Reply

Your email address will not be published. Required fields are marked *